Body of a girl found in Bhubaneswar inside closed house
ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ମୃତଦେହ ଦେଖି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏପଟେ ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ
ହତ୍ୟା କରାଯାଇଛି । ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା କହିଛନ୍ତି । ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ ।
ସାଇଣ୍ଟିଫିକ ଟିମ ସହ ତନାଘନା ଆରମ୍ଭ କରିଛି ପୋଲିସ୍ । ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ-ଇନ ରିଲେସନସିପରେ ରହୁଥିବା ସୂଚନା ମିଳିଛି । ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସେମାନେ ଏକାଠି ଏହି ଆପାର୍ଟମେଣ୍ଟରେ ରହି ଆସୁଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726219868.jpg)