Advertisment

ସରକାରୀ କ୍ୱାର୍ଟର୍ସରେ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ

ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l

ଅଦ୍ୟତନ ହୋଇଛି
Body Found Hanging

Body Found Hanging

Advertisment

ସରକାରୀ କ୍ୱାଟରରୁ ବରିଷ୍ଠ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାଟରରୁ ।

Advertisment

ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l ଦୁଇ ବର୍ଷ ହେବ ଏଠାରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରିବା ସହ ବ୍ଲକ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ । ଗତ ଦଶହରା ଛୁଟିରେ ସମସ୍ତ କର୍ମଚାରୀ ମାନେ ନିଜ ନିଜ ଘରକୁ ଯାଇ ଛୁଟି ସାରି ଆଜି ଫେରିବା ସମୟରେ ଦେଖିବାକୁ ପାଇଥିଲେ ଯେ ସନ୍ଧ୍ୟା ରହୁଥିବା ଗୃହର କବାଟରେ ତାଲା ପଡିନାହିଁ କିନ୍ତୁ ଘର କବାଟ ପାଖରୁ ଦୃର୍ଗନ୍ଧ ବାହାରିବା ସହ ମାଛି ଗୁଡିକ ଗୃହ ଭିତରୁ ବାହାରୁଛି ।

ଏହା ଦେଖି ସନ୍ଧ୍ୟାକୁ ଡାକ ଦେବାରୁ ଗୃହ ଭିତରରୁ କିଛି ଉତ୍ତର ନ ମିଳିବାରୁ କର୍ମଚାରୀ ଜଣକ ପୋଲିସଙ୍କୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପଂହଁଚି ବନ୍ଦ କବାଟକୁ ଖୋଲି ଦେଖିବା ବେଳେ ଝୁଲନ୍ତା ଅବସ୍ଥା ମୃତ ଦେହ ରହିଥିବା ଦେଖି ସାଙ୍ଗେସାଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ ।

Advertisment

ପରିବାର ବର୍ଗଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝୁଲନ୍ତା ଶବକୁ ଉଧାର କରି ବୈପାରୀଗୁଡା ଡାକ୍ତରଖାନାରେ ଥିବା ଶବ ଗୃହରେ ରଖାଯାଇଥିବାର ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବାର ଜଣାପଡିଛି ।

ଜଣେ ସରକାରୀ କର୍ମଚାରୀ ନିଜ କ୍ୱାଟରରେ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଠି କରିଛି । ସେପଟେ ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହାପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ଏବଂ ଘଟଣାର ଫୁଙ୍କାନୁଫୁଙ୍କ ତଦନ୍ତ କରାଯିବ ବୋଲି କହିଛନ୍ତି।

Advertisment
Body Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ