Advertisment

ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଅଦ୍ୟତନ ହୋଇଛି
Lovers Death

Lovers Death

Advertisment

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା -ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମରେଇପାଟ ଜଙ୍ଗଲ ରାସ୍ତାର ୧୦୦ମିଟର ଦୂରରେ ଥିବା ଗଛରେ ଦୁହିଁଙ୍କ ଝୁଲନ୍ତା ଅବସ୍ତାରେ ମୃତଦେହ  ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ପାଲକଷଣ୍ଢା ଗାଁର ହୋଇଥିବା ବେଳେ ଯୁବତୀ ଜଣକ ବାଘୁଆପଲ୍ଲୀ ଗ୍ରାମର ବୋଲି ଜଣାପଡିଛି ।

Advertisment

ଗତ ରବିବାର ଦିନ ଯୁବତୀ ଜଣକ ଗାଙ୍ଗପୁରରେ ରହୁଥିବା ଭଡା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲେ । ଘର ଲୋକେ ବହୁ ଖୋଜା ଖୋଜି ପରେ ପାଇନଥିଲେ । ଆଜି ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଶୁଣି ଘଟଣା ସ୍ଥଳକୁ ଆସି ପହଞ୍ଚିଛନ୍ତି । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି ।

Advertisment
Lovers Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ