Advertisment

ଖଟ ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Couple Found Dead

Couple Found Dead

Advertisment

ପୋଲସରା: ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ସୋଡ଼କ ପଞ୍ଚାୟତ ସାହିରେ ଏକ ଘର ଭିତରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ମିଳିଥିଲା। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ବେକରେ କଟା ଦାଗ ଥିବାରୁ ପତ୍ନୀଙ୍କୁ ମାରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। 

ଘଟଣାକୁ ନେଇ ମୃତକଙ୍କ ବାପା କହିଛନ୍ତି, ‘ଘଟଣା ସମ୍ପର୍କରେ ମୁଁ କିଛିବି ଜାଣି ନାହିଁ। ଆଜି ଭୋର ୫ଟାରେ ବିଲକୁ ଯିବି ବୋଲି ପୁଅକୁ ଡାକି ଥିଲି। ହେଲେ କୌଣସି ଉତ୍ତର ମିଳି ନଥିଲା। ଫଳରେ କବାଟ ‌ଖୋଲିଥିଲି। ଏହାପରେ ଦେଖିବାକୁ ପାଇଲି, ପୁଅ ଆତ୍ମହତ୍ୟା କରିଛି ଓ ବୋହୂର ମୃତଦେହ ଖଟ ଉପରେ ପଡ଼ିଛି।’ 

Advertisment

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଦମ୍ପତିଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।  

Advertisment
Odisha Couple Deadbody Polasara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ