Advertisment

ରାଜଧାନୀରେ ଖୋଲାଖାଲି ଚାଲିଛି ଟଙ୍କା ବଦଳ ସ୍କାମ୍ ! ଏହା ପଛରେ କିଏ ?

୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ?

ଅଦ୍ୟତନ ହୋଇଛି
Bhubaneswar Note Exchange Scam

Note Exchange Scam

Advertisment

ଭୁବନେଶ୍ୱରରେ ଖୋଲାଖୋଲି ଚାଲିଛି କି ଟଙ୍କା ବଦଳ ସ୍କାମ୍ ? ସମସ୍ତଙ୍କ ଆଖି ସାମ୍ନାରେ ଧଳା ହେଉଛି କି କଳା ଟଙ୍କା। ଗରିବଙ୍କୁ ମୋହରା କରାଯାଇ ସଂଘଠିତ ହେଉଛି କି ନୋଟ୍ ବଦଳ ସ୍କାମ୍। ଗତକାଲି ଭୁବନେଶ୍ୱର RBI ଆଗରେ ୨ ହଜାର ନୋଟ୍ ବଦଳ ପାଇଁ ହଠାତ ଲୋକଙ୍କ ଲମ୍ବା ଲାଇନ୍ ପରେ ଏତେ ସବୁ ପ୍ରଶ୍ନ ସାମ୍ନାକୁ ଆସିଛି।

Advertisment

ଏବେ ପ୍ରଶ୍ନ ଉଠୁଛି, ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ? ଟଙ୍କା ବଦଳ କରୁଥିବା ଲୋକେ କହିଛନ୍ତି, ସେମାନ ୩ ଶହ ଟଙ୍କାର ମଜୁରୀ ନେଇ ୧୦ଟି ୨ ହଜାରିଆ ନୋଟ୍ ବଦଳ କରୁଛନ୍ତି। ତେବେ ଏ ବଦଳ କାହା ପାଇଁ କରୁଛନ୍ତି, ସେ ସମ୍ପର୍କରେ କେହିଁ ମୁହଁ ଖୋଲୁ ନାହାନ୍ତି।

ତେଣୁ ସନ୍ଦେହ କରାଯାଉଛି, ୟା ପଛରେ କିଛି ବଡ଼ ଧରଣର ରାକେଟ୍ କାମ କରୁଛି। ଏ ପଛରେ ହାୱଲା କାରବାରର ସନ୍ଦେହ ମଧ୍ୟ ବଢାଇଛି। ଏପରିକି ପଡ଼ୋଶୀ ରାଜ୍ୟର କୌଣସି ଅସାଧୁ ବ୍ୟକ୍ତିଙ୍କ ହାତ ମଧ୍ୟ ଥିବା ଅନୁମାନ କରାଯାଉଛି। କୁହାଯାଉଛି, ବ୍ୟାଙ୍କ ଖୋଲିବା ପୂର୍ବରୁ ବସରେ ଲୋକମାନେ ଏକାଠି ଆସି ଆରବିଆଇ ନିକଟରେ ଓହ୍ଲାଉଛନ୍ତି। ଏମାନଙ୍କ ହାତରେ ଟଙ୍କା ଧରାଇ, ସେମାନଙ୍କ ଉପରେ ନଜର ରଖୁୁଛନ୍ତି ଏଜେଣ୍ଟ। ହାତରୁ ଟଙ୍କା ନେଲା ପରେ ମଜୁରୀ ଦେଉଛନ୍ତି। ତେଣୁ ଏ ଘଟଣା ସାମ୍ନାକୁ ଆସିବା ପରେ ଏହା ଏକ ବଡ଼ ଧରଣର ସ୍କାମ୍ ବୋଲି ଚର୍ଚ୍ଚା ହେଉଛି।

Advertisment
RBI Rs 2000 Notes Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ