Advertisment

ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ବିଜେପି ନେତାଙ୍କ ମାଡ଼ ଅଭିଯୋଗ

ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Executive Engineer

Executive Engineer

Advertisment

ଭୁବନେଶ୍ୱର: ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ। ବିଜେପି ନେତା ଗୌତମ ସାମନ୍ତରାୟ ଓ ତାଙ୍କର କିଛି ସମର୍ଥକ ଗାଳିଗୁଲଜ ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ମହାପାତ୍ର। ମିଳିଥିବା ସୂଚନା ଅନୁଯାୟୀ, ବାଲିଆ ପଞ୍ଚାୟତର ନୂଆଗୁଡା ଗାଁରେ ବିଦ୍ୟୁତ ଟ୍ରାନ୍ସଫରର୍ମର ପୋଡି ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଏଥିପାଇଁ ଗାଁ ଲୋକେ ବ୍ରାହ୍ମଣୀ ଗାଁ ସ୍ଥିତ ବିଦ୍ୟୁତ ବିଭାଗ ଅଫିସକୁ ଯାଇଥିଲେ।

Advertisment

ଏପରିକି ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି। ତେବେ ମାଡ଼ ଘଟଣାକୁ ଗୌତମ ସାମନ୍ତରାୟ ଖଣ୍ଡନ କରିଥିବାବେଳେ ପୋଲିସ କହିଛି, ତଦନ୍ତ କରି ପଦକ୍ଷେପ ନିଆଯିବ।

Odisha News BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ