Advertisment

ମର୍ଣ୍ଣିଂ ୱାକ୍‌ କରି ଫେରୁଥିବା ବେଳେ ବିଜେପି ନେତାଙ୍କୁ ଭୁଜାଲି ମାଡ଼

ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍‌ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
BJP Leader Attacked In Balasore

BJP leader attacked in balasore over suspected political enmity

Advertisment

ବିଜେପି ନେତାଙ୍କୁ ଭୁଜାଲି ମାଡ଼। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍‌ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଲୋକନାଥଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକ୍‌ କରି ଘରକୁ ଫେରୁଥିଲେ। ଏହି ସମୟରେ ୨ ଅଜଣା ଯୁବକ ବାଇକ୍‌ରେ ଆସି ହଠାତ୍‌ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନାଥାଉ କି, ପୂର୍ବରୁ ଲୋକନାଥ କାଉନସିଲର ଥିବାବେଳେ ଏବେ ତାଙ୍କ ପତ୍ନୀ କାଉନସିଲର ଅଛନ୍ତି। ରାଜନୈତିକ ଶତ୍ରୁତା ପାଇଁ ଲୋକନାଥ ରାଉତଙ୍କ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

Advertisment
BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ