Advertisment

ତଣ୍ଟି ଚିପି ବିଜେପି ନେତାଙ୍କୁ ହତ୍ୟା ! ଘରୁ ମିଳିଲା ମୃତଦେହ

ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ଭିତରୁ ତାଙ୍କର ମୃତଦେହ ମିଳିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Newly Married Woman Found Dead

Bjp Leader Murdered

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାଗପତରେ ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ଭିତରୁ ତାଙ୍କର ମୃତଦେହ ମିଳିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Advertisment

ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବିଜରୌଲ ଜିଲ୍ଲା ବରୌତ ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ଆତ୍ମାରାମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମାରାମଙ୍କ ବେକରେ ଟାୱେଲ୍‌ ଗୁଡ଼ା ଯାଇଥିବା ଚିହ୍ନ ଥିବାବେଳେ ହଠାତ୍‌ ତାଙ୍କ କାର୍‌ ଗାଏବ ହେବା ଘଟଣା ଆହୁରି ସନ୍ଦେହ ଘେରକୁ ଭିତରକୁ ଟାଣି ନେଇଛି। 

ସୂଚନା ଅନୁସାରେ, ଡ୍ରାଇଭର ସକାଳେ ଆତ୍ମାରାମଙ୍କ ଘରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଘରର କବାଟ ବନ୍ଦ ଅଛି। ଏହାପରେ ସେ ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଆତ୍ମାରାମଙ୍କ ମୃତଦେହ ବେଡ୍‌ ଉପରେ ପଡ଼ି ଥିବାବେଳେ ମୁହଁରେ ଏକ ଟାୱେଲ୍ ପଡ଼ିଥିଲା। ଏହାପରେ ଆତ୍ମାରାମଙ୍କ ସମ୍ପର୍କୀୟଙ୍କୁ ଡ୍ରାଇଭର ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। 

Advertisment

ସୂଚନାଥାଉ କି, ଆତ୍ମାରାମ ତୋମର Janata Vedic College କଲେଜରେ ପ୍ରିନ୍ସପାଲ୍‌ ମଧ୍ୟ ଥିଲେ। ୧୯୯୩ରେ ଚାପ୍ରାଉଲି ବିଧାନସଭା ଆସନରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ଥିଲେ। ୧୯୯୭ରେ ସେ ମନ୍ତ୍ରୀ ହୋଇଥିଲେ।  

Advertisment
BJP Leader Found Dead Atmaram Tomar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ