ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କଲା ବିଜେପି

’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି

‘Humanitarian Organisation’Chief

News Summary

ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣା

ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର : ’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ଏହାସହ ମାନସଙ୍କୁ କାହଁକି ଗିରଫ କରାଯାଉନି ବୋଲି କହିଛନ୍ତି SC ମୋର୍ଚ୍ଚା ସଭାପତି ବିଭୂ ତରାଇ । ବିଜେଡି ସହ ମାନସ ଦାସଙ୍କର ଭିତିରିଆ ସମ୍ପର୍କ ଯୋଗୁଁ ଗିରଫ କରାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି । ଏଠି ସରକାରରେ ମାନବବାଦ ନାଁରେ ଦାନବ ଶାସନ ଚାଲିଛି ବୋଲି କହିଛନ୍ତି ବିଭୂ ତରାଇ ।

ସେପଟେ ଧୀରେ ଧୀରେ ମାନବବାଦ ସଂଗଠନର ଗୁମରି ଖୋଲୁଛି । ଲୋକଙ୍କୁ ନିର୍ଯାତନା, ଧମକ ଚମକ ଦେବାର ଅନେକ ଭିଜୁଆଲ ସାମ୍ନାକୁ ଆସିବା ପରେ ଏବେ ଏହାର ଏକ ଲିଫଲେଟ୍ ମଧ୍ୟ ସାମନାକୁ ‌ଆସିଛି । ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ନାମରେ ଭାଇରାଲ ହେଉଛି ଏକ ଶପଥ ପତ୍ର । ଏହି ଶପଥ ପତ୍ର ଅନୁସାରେ ମାନବବାଦ ସଂଗଠନର ସଦସ୍ୟଙ୍କୁ ଶପଥ କରାଯାଉଥିଲା । ସେମାନଙ୍କ ସାମାଜିକ ଦାୟିତ୍ୱ, ବ୍ୟକ୍ତିଗତ କର୍ତ୍ତବ୍ୟ ଏଥିରେ ଉଲ୍ଲେଖ ରହିଛି । ନିଜକୁ ଦ୍ରାବିଡ ବୋଲି ଉଲ୍ଲେଖ କରିବା ସହ ଆର୍ଯ୍ୟମାନେ ସେମାନଙ୍କର ଶତ୍ରୁ ବୋଲି ଶପଥ ପତ୍ରରେ ଲେଖା ରହିଛି ।

ମୁଁ ସିନ୍ଧୁ ସଭ୍ୟତାର ରାଜ ପରିବାର ସଦସ୍ୟ ଅଟେ । ମୋର ଜାତି, ଧର୍ମ, ବର୍ଣ୍ଣ, ସମାଜ ଓ ସଂସ୍କୃତି ଦ୍ରାବିଡ଼ ଅଟେ । ମୋ ସମାଜ ହିଁ ମୋ ପରିବାର, ପରିଚୟ ଓ ଅସ୍ତିତ୍ୱ ଅଟେ ବୋଲି ଏଥିରେ ଲେଖା ଯାଇଛି । ଏହା ବ୍ୟତୀତ ଶପଥ ପତ୍ରରେ ଆହୁରି ଅନେକ ବିବାଦୀୟ କଥା ଲେଖା ହୋଇଛି ।

ସେହିପରି ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର । ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର କିଛି ଦିନ ପୂର୍ବରୁ ଏପରି ଅଭିଯୋଗ କରିଛନ୍ତି । ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ । ବୟସ୍କ, ମହିଳା ଏବଂ ଶିଶୁ କାହାରିକୁ ବି ଛାଡ଼ି ନଥିଲେ । ସୁନା ଅଳଙ୍କାର ଲୁଟିଥିଲେ, ଏପରିକି ମହିଳାଙ୍କ କପଡ଼ା ବି ଘରୁ ନେଇ ଯାଇଥିଲେ ।