Advertisment

ଶେରଗଡ଼ରେ ଚାଞ୍ଚଲ୍ୟ, ବିଜେଡି କର୍ମୀଙ୍କୁ ହତ୍ୟା କରି ଫୋପାଡ଼ି ଦେଲେ

ଆକ୍ରମଣରେ ମଧୁସୂଦନ ବିଷୋୟୀ ମୃତ...ପୂର୍ବ ଶତୃତାରୁ ମଧୁଙ୍କୁ ହତ୍ୟା ଅଭିଯୋଗ

BJD worker murdered in Ganjam

BJD worker murdered in Ganjam

Advertisment

ସଂଘବଦ୍ଧ ଆକ୍ରମଣରେ ବିଜେଡି କର୍ମୀ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ଶେରଗଡ ନନ୍ଦିନୀ ସେତୁ ଉପରେ ତାଙ୍କୁ ହତ୍ୟା କରାଯାଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ନନ୍ଦିନୀ ସେତୁ ନିକଟରେ ଏହି ଅଘଟଣ ଘଟିଛି । ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖିଛି।

Advertisment

ଗତକାଲି ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଶେରଗଡ଼କୁ କୌଣସି କାମରେ ଯାଇଥିଲେ । କାମ ଶେଷ ହେବା ପରେ ନିଜ ଗାଁ କୁମାରପାଣିକୁବାଇକରେ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତ ଅନୁଯାୟୀ ତାଙ୍କୁ ସଂଘବଦ୍ଧ ମାରଣାସ୍ତ୍ର ଆକ୍ରମଣ କରାଯାଇଥିଲା । ଏପରିକି ଆକ୍ରମଣ ପରେ ସେତୁ ଉପରୁ ମଧୁକୁ ପୋଲ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।

ମଧୁଙ୍କ ସହଯୋଗୀ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ପୋଲ ତଳେ ମଧୁ ଛଟପଟ ହେଉଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଗତ ପଞ୍ଚାୟତ ନିର୍ବାଚନ ବେଳେ ଦଳ ପକ୍ଷରୁ ମଧୁଙ୍କର ପରିଚାଳନାରେ ମୂଖ୍ୟ ଭୂମିକା ରହିଥିଲା। ଏହି କାରଣରୁ ନିଜ ଦଳ କିଛି ଲୋକଙ୍କ ସହ ରାଜନୈତିକ ତିକ୍ତତା ଲାଗି ରହିଥିଲା। ଏଥିପାଇଁ ନିଜ ଦଳର ଲୋକମାନେ ମଧୁଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମଧୁଙ୍କ ସହଯୋଗୀ କୁଷ୍ଣଙ୍କୁ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ