Advertisment

ଶାସକ ଦଳର ଛତ୍ରଛାୟା ତଳେ ରହି ଆଇନକୁ ହାତକୁ ନେଉଥିଲେ ମାନସ?

ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ?

Manas das

Manas Das

Advertisment

ଭୁବନେଶ୍ୱର: ମାନବବାଦ ନାଁରେ ଆତଙ୍କରାଜ ଚଳାଇଥିବା ମାନସ ଦାସଙ୍କ ବିରୋଧରେ ଜଘନ୍ୟ କାର୍ଯ୍ୟକଳାପର ସଂଗୀନ ଅଭିଯୋଗ। ଶାସକ ବିଜେଡିର ଛତ୍ରଛାୟାରେ ନିଜେ କେମିତି ଚଳାଇଥିଲେ ନିଜର ସାମ୍ରାଜ୍ୟ, ନୀଇତି ଫିଟୁଛି ଗୁମର। ବିଜେଡିର ମଙ୍ଗ ଧରିବା ଦିନଠୁ ଦଳର ଆଚ୍ଛା ଆଚ୍ଛା ନେତା କେମିତି ତାଙ୍କର ଶରଣ ପଶିଥିଲେ, ତାହାର ଖୁଲାସା ହୋଇଛି । ଏସବୁ ଭିତରେ ପ୍ରଭାବଶାଳୀ ରାଜନେତାଙ୍କ ଶକ୍ତିରେ ଶକ୍ତିମାନ ସାଜିଥିବା ମାନସ ଦାସଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମୁହଁ ଖୋଲିବା ସହ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ତାଲିବାନୀ ନିର୍ଯାତନାର ଛାତିଥରା କାହାଣୀ। ଅଥଚ ମାନବାଧିକାରକୁ କ୍ଷୁର୍ଣ୍ଣ କରି ମାନବବାଦ ସଂଗଠନ ଚଳାଇଥିବା ଏହି ତଥାକଥିତ ଗୁରୁଜୀଙ୍କ ପାଖରେ ପୋଲିସ ପହଞ୍ଚି ନପାରିବା, ସମସ୍ତଙ୍କୁ ଚକିତ କରିଛି।

Advertisment

ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ? ରକ୍ତମୁଖା ସଂଗଠନ ଚଳାଇବା କଣ ମାନବବାଦର ମନ୍ତ୍ର ? ଏଣେ ଶାସକ ବିଜେଡି ସହ ଗଭୀର ସମ୍ପର୍କର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ଏକ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ମାନସଙ୍କୁ ପାଦଛୁଇଁ ପ୍ରଣାମ କରିଥିବା ଦୃଶ୍ୟ ମଧ୍ୟ ଦେଖାଦେଇଛି। ସାଧାରଣ ସଭାରେ ଭୁରି ଭୁରି ପ୍ରଶଂସା ସହ ଗୁରୁଜୀ ବୋଲି ସମ୍ବୋଧନ ବି କରିଛନ୍ତି।

Advertisment

ଏପଟେ ରକ୍ତମୁଖା ମାନବବାଦ ସଂଗଠନର କୁତ୍ସିତ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲିବାରେ ଲାଗିଛନ୍ତି ପୀଡ଼ିତ। ଜୋର ଜବରଦସ୍ତ ସଂଗଠନରେ ସାମିଲ କରାଇବା, ଟଙ୍କା ଆଦାୟ କରିବା ଓ ପରିବାର ମଧ୍ୟରେ ଗଣ୍ଡଗୋଳ ଭିଆଇ ନିଜେ ଆଇନ ସହାୟତା ପ୍ରଦାନ କରିବା ଆଦି ଏକାଧିକ ଅଭିଯୋଗ ଆଣିଛନ୍ତି ମାନସଙ୍କ ବିରୋଧରେ। ଏଭଳି ଏକାଧିକ ଘଟଣା ସତ୍ୱେ ପୋଲିସ କାହିଁକି ନୀରବ ରହୁଥିଲା ? ସତ୍ୟବ୍ରତ ନାୟକଙ୍କୁ ହତ୍ୟା ମାମଲାରେ ମାନସଙ୍କ ନାଁ ଥିଲେ ବି କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ? ଶାସକ ଦଳର ଛତ୍ରଛାୟାରେ ଥିବାରୁ ମାନସଙ୍କ ପାଖ ମାଡ଼ିପାରୁନି କି ପୋଲିସ ? ଗତକାଲି ସବୁ ଅଭିଯୋଗକୁ ଖଣ୍ଡନ କରିଥିବା ମାନସ ଦାସଙ୍କ ବିରୋଧରେ ଏବେ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାକୁ ଏବେ ଅପେକ୍ଷା।

Bhubaneswar Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ