Advertisment

ଗଞ୍ଜାମରେ ବିଜେଡି ନେତାଙ୍କୁ ମର୍ଡର ! ବିଲରୁ ମିଳିଲା ମୃତଦେହ

ଗଞ୍ଜାମ ଜିଲ୍ଲାରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
BJD Leader Murdered In Ganjam

BJD Leader Murdered In Ganjam

Advertisment

ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ଗାଁରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।  କିଏ ଓ ଆଉ କାହିଁକି ହତ୍ୟା କରିଛି, କାରଣ ଜଣାପଡ଼ିନି। ମୃତକ ଦ୍ୱୟ ହେଲେ- ଚଷା। ନିମଖଣ୍ଡି ପଞ୍ଚାୟତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର।

Advertisment

ସୂଚନା ଅନୁସାରେ, ଗତକାଲି ଗାଁରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ବାଇକରେ ଉଭୟେ ସୁଧୀର ଓ ସୁଦର୍ଶନ ଗୋଟିଏ ବାଇକ୍‌ରେ ରାତିରେ ଗାଁକୁ ଫେରୁଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଉଭୟଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପାଳଝଡ଼ି ଗାଁର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାକଡ଼ ବିଲରେ ଗୁରୁତର ଅବସ୍ଥାରେ ଉଭୟେ ପଡ଼ିଥିଲେ। 

Advertisment

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ଦିଗପହଣ୍ଡି ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଗୋଟିଏ ପଥର ସହ ଦୁଇ ହଳ ଚପଲ ଘଟଣାସ୍ଥଳରୁ ଜବତ କରାଯାଇଛି। 

Advertisment
Murder BJD Leader BJD Leader Murdered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ