Advertisment

ଚାକିରି ନାଁରେ ବିଜେଡି ନେତ୍ରୀଙ୍କ ଠକେଇ ଅଭିଯୋଗ; ଥାନାରେ ରୁଜୁ ହେଲା ମାମଲା...

ମାଲକାନଗିରି ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ୨ ଜଣଙ୍କ ନାଁରେ ଏତଲା ।

BJD Leader

BJD Leader

Advertisment

ମାଲକାନଗିରି ଜିଲ୍ଲାର ଜଣେ ବିଜେଡି ନେତ୍ରୀଙ୍କ ବିରୋଧରେ ଆସିଛି ଏକ ସାଂଘାତିକ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝିଙ୍କ ନାମରେ ଚାକିରି କରେଇ ଦେବାକୁ କହି ଠକେଇ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । 

Advertisment

ଏନେଇ ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମାଥିଲି ଥାନାରେ ରୁଜୁ ହୋଇଛି ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ବରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

ସସ୍ମିତା ମାଝି ଲୋକଙ୍କୁ ଚାକିରି କରାଇବା ପାଇଁ ଟଂକା ମାଗିଥିଲେ ଓ ରମେଶ ରାଉତ ଚାକିରି କରାଇଦେବେ ବୋଲି କହି ସିଧାସଳଖ ଏକାଉଣ୍ଟରେ ଟଂକା ନେଇଥିଲେ। ଜଣେ କି ଦୁଇ ଜଣ ନୁହେଁ ଅନେକ ବ୍ୟକ୍ତିଙ୍କ ଠାରୁ ଏହି ଅର୍ଥ ହଡପ କରାଯାଇଥିବା ଜଣାପଡିଛି।

Advertisment

ଏନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଅଭିଯୋଗ ଉପରେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

BJD Job Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ