BJB girl student death
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାରୁ ଭରା ସଭାରେ ଗଣ୍ଡଗୋଳ। କଟକ ଜିଲ୍ଲା ଆଠଗଡ଼ରେ ଏକ ରାସ୍ତା ସମ୍ପ୍ରସାରଣର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯାଇଥିଲେ।
ତେବେ ଏହି ସମୟରେ ରୁଚିକା ମହାନ୍ତିଙ୍କ ମା’ ମଞ୍ଚ ଉପରକୁ ଯାଇ ନ୍ୟାୟ ମିଳିବା ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏକଥା ପଚାରିବା ପରେ ଠିକ୍ ମଞ୍ଚ ତଳେ ୨ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଗଣ୍ଡଗୋଳରେ ପହଞ୍ଚିଥିଲା। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ମାର୍ପିଟ୍ ବି ହୋଇଥିଲା। ଆଉ ଏହାରି ଭିତରେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ।
ସୂଚନାଥାଉ କି, ବିଜେବି କଲେଜରେ ପଢ଼ୁଥିବା ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ପରିବାର ଲୋକେ। ଏପରିକି ଅନେକ ଧାରଣା, ଆନ୍ଦୋଳନ, ବିକ୍ଷୋଭ ବି କରିଛନ୍ତି।
ତଥାପି ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନିା ଏନେଇ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଁକି ଚୁପ୍ ବୋଲି ବି ଚର୍ଚ୍ଚା ହେଉଛି। ଖବର ଲେଖାଯିବା ସୁଦ୍ଧା ଏ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1694837503.jpg)