Advertisment

CDPO and Clerk in Vigilance Net: ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ, ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ

ଲାଞ୍ଚ ନେଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଉଥିଲେ ସିଡିପିଓ ଓ କିରାଣୀ । ସେମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ପଚରାଉଚରା କରାଯାଇଛି ।

ଅଦ୍ୟତନ ହୋଇଛି
CDPO in Vigilance Net

CDPO in Vigilance Net

Advertisment

ଦରମା ପୁରିଲାନି, ଶେଷରେ ଲାଞ୍ଚ ପାଇଁ ହାତ ପକାଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ରାୟଗଡ଼ା ଜିଲ୍ଲା ବିଷମକଟକ ସିଡିପିଓ ଶୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ର ଭିଜିଲାନ୍ସରେ ପଡ଼ିଛନ୍ତି । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରି ଉଭୟଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଚାଟିକଣା ପଞ୍ଚାୟତ ହୁତେଶି ଗାଁର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Advertisment

ସୀତାଙ୍କ ଠାରୁ ସେମାନେ ଶୁଶିଳା ଶବର ଆକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା, ପରେ ବଳକା ୮୦ ହଜାର ଟଙ୍କା ନଗଦ ନେଉଥିଲେ। ଠିକ୍ ଏହି ସମୟରେ ରାୟଗଡା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ। ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ଧରି ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ। 

ଅଧିକ ପଢନ୍ତୁ: ଲୋଭ ଛାଡୁନି; ଭିଜିଲାନ୍ସ ଜାଲରେ ଫସିଲେ ମହିଳା କନିଷ୍ଠ ଯନ୍ତ୍ରୀ

Vigilance Bribe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ