Advertisment

ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ

ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

BDO Caught By Vigilance Sleuths

BDO Caught By Vigilance Sleuths

Advertisment

ସୁବର୍ଣ୍ଣପୁର: ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଏକ ଭଡ଼ା କାର୍‌ରେ ପଦ୍ନନାଭ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସୋନପୁର ଭିଜିଲାନ୍ସ ବିଭାଗ ଖବର ପାଇଥିଲା। ଯୋଜନା ମୁତାବକ, ଭିଜିଲାନ୍ସ ଟିମ୍‌ ବିନିକା ସେତୁ ନିକଟରେ ପୂର୍ବରୁ ଲୁଚି ରହିଥିଲେ। ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କ ଗାଡ଼ିକୁ ଅଟକା ଯାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗାଡ଼ି ଭିତରୁ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ମିଳିଥିଲା। ବିଡିଓ ଟଙ୍କାର ହିସାବ ନଦେଇ ପାରିବାରୁ ତାଙ୍କୁ ଅଟକ ରଖାଯାଇଛି। ଭିଜିଲାନ୍ସ ଟିମ୍‌ ତାଙ୍କୁ ସୋନପୁର ସ୍ଥିତ ଭିଜିଲାନ୍ସ ଅଫିସ ନେଇ ପଚରାଉଚରା କରୁଛି। 

Vigilance Bdo In Vigilance Net Bijepur BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ