Advertisment

Woman Kills Husband: ବିବାହକୁ ୨ମାସ ନପୂରୁଣୁ ସ୍ୱାମୀକୁ ହତ୍ୟା, ପିଉସା ପାଇଁ ସିନ୍ଦୂର ପୋଛିଦେଲା ଝିଆରୀ

ପିଉସା-ଝିଆରୀ ସମ୍ପର୍କରେ କଳଙ୍କ । ପିଉସାଙ୍କୁ ବିବାହ କରିବାକୁ ସ୍ୱାମୀକୁ ହତ୍ୟା କଲା ନବବଧୂ । ବିବାହକୁ ହୋଇଥିଲା ମାତ୍ର ୪୫ ଦିନ । ସୁପାରୀ କିଲର୍‌ ଲଗାଇ ସ୍ୱାମୀର ଜୀବନ ନେଲା ନବବଧୂ ।

ଅଦ୍ୟତନ ହୋଇଛି
Wife Murdered Husband

Wife Murdered Husband

Advertisment

ବିବାହକୁ ୨ ମାସ ନପୂରୁଣୁ ପୋଛିଦେଲା ସିନ୍ଦୂର । ନିଜ ସ୍ୱାମୀଙ୍କୁ ହତ୍ୟା କରିଛି ନବବଧୂ । ଏପରି ସ୍ପର୍ଶକାତର ଘଟଣା ସାମନାକୁ ଆସିଛି ବିହାରର ଔରଙ୍ଗାବାଦ ଜିଲ୍ଲାରୁ । ଗତ କିଛି ଦିନ ତଳେ ମେଘାଳୟରେ ହନିମୁନ୍ ବେଳେ ମର୍ଡର ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏଭଳି ନିର୍ମମ ହତ୍ୟାର କଥା ମନରୁ ଲିଭୁଣୁ ପୁଣି ସେପରି ଏକ ଖବର ବିହାରରୁ ଆସିଛି । 

Advertisment

ପୋଲିସର ସୂଚନା ଅନୁସାରେ, ଗୁଞ୍ଜାଦେବୀ ନିଜ ପିଉସା ଜୀବନ ସିଂ(୫୫ବର୍ଷ)ଙ୍କ ସହ ସମ୍ପର୍କରେ ଥିଲା । ଯେଉଁଥିପାଇଁ ପିଉସାଙ୍କୁ ବିବାହ କରିବାକୁ ସ୍ୱାମୀ ପ୍ରିୟାଂଶୁଙ୍କ ହତ୍ୟା କରିଛି  ଗୁଞ୍ଜାଦେବୀ । ଏଥିପାଇଁ ସେ ସୁପାରୀ କିଲର୍‌ଙ୍କ ସହାୟତା ନେଇଥିବା ଜଣାପଡ଼ିଛି ।  ଗୁଞ୍ଜାଦେବୀ ଓ ଜୀବନ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ଘର ଲୋକେ ଅରାଜି ହେବାରୁ ଶେଷରେ ଗୁଞ୍ଜାଦେବୀକୁ ଅନ୍ୟତ୍ର ବିବାହ କରିବାକୁ ପଡ଼ିଥିଲା । ହେଲେ ବିବାହର ମାତ୍ର ୪୫ ଦିନରେ ହିଁ ସ୍ୱାମୀକୁ ବାଟରୁ ହଟାଇବାକୁ ସୁପାରୀ ଦେଇ ହତ୍ୟା କରିଛି ଏହି ନବବଧୂ ଜଣକ । 

ଏସପି ଅମ୍ରିଶ ରାହୁଲ କହିଛନ୍ତି, ଗତ ଜୁନ ୨୫ ତାରିଖରେ ପ୍ରିୟାଂଶୁ ଟ୍ରେନ୍‌ ଯୋଗେ ଘରକୁ ଫେରୁଥିଲେ । ନାଭି ନଗର ଷ୍ଟେସନ ନିକଟରେ ପହଞ୍ଚିବା କଥା ପତ୍ନୀ ଗୁଞ୍ଜାଦେବୀକୁ ଫୋନ୍ ଯୋଗେ ଜଣାଇଥିଲେ । କେହି ଜଣେ ବାଇକ୍‌ରେ ତାଙ୍କୁ ଘରକୁ ନେବାକୁ ଆସିଥିଲେ । ଆଉ ଷ୍ଟେସନରୁ ଘରକୁ ଯିବାବେଳେ ହଠାତ୍ ଦୁଇ ଜଣ ଆସି ପ୍ରିୟାଂଶୁଙ୍କ ଉପରକୁ କରିଥିଲେ ଅତର୍କିତ ଗୁଳିଚାଳନା । 

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ଯେତେବେଳେ ଛାନଭିନ ଆରମ୍ଭ କଲା ସେ ସମୟରେ ଗୁଞ୍ଜାଦେବୀ ଫେରାର ହେବାକୁ ଚେଷ୍ଟା କରିଥିଲା । ଯାହାକୁ ନେଇ ପ୍ରିୟାଂଶୁଙ୍କ ପରିବାରଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ପୋଲିସ ମାମଲାରେ ତଦନ୍ତ କରୁଥିବାବେଳେ ଗୁଞ୍ଜାଦେବୀ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । 

ଅଧିକ ପଢନ୍ତୁ: ମେଘାଳୟ ମର୍ଡର : କାହିଁକି ରିଟର୍ଣ୍ଣ ଟିକେଟ୍ କରିନଥିଲା ସୋନମ? ମୁହଁ ଖୋଲିଲେ ଶାଶୁ...

Advertisment
Murder Bihar Supari Killer Involved
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ