Advertisment

ମନୀଷ ମୃତ୍ୟୁ ଘଟଣା ଉପରୁ ହଟିଲା ପରଦା: କେମିତି ହୋଇଥିଲା ମୃତ୍ୟୁ ? ହେଲା ବଡ଼ ଖୁଲାସା...

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ଅଦ୍ୟତନ ହୋଇଛି
undefined

Manish Anurag

Advertisment

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ସାଙ୍ଗ ସାଜିଥିଲେ ସଇତାନ। ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିଲେ।

Advertisment

ଆଜି ପ୍ରେସ୍‌ମିଟ୍‌ରେ ମନୀଷଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମନିଷଙ୍କ ବନ୍ଧୁ ଅମ୍ରିତ ବିଶ୍ୱାଳ ଓ ତାଙ୍କର ଦୁଇ ବନ୍ଧୁ ଦିନେଶ ଏବଂ ମୃତ୍ୟୁଞ୍ଜୟ ହିଁ ମାମଲାରେ ମୁଖ୍ୟ ଅଭିଯୁକ୍ତ। ଏହି ୩ ଜଣଙ୍କ ସହ ୯ ତାରିଖ ସନ୍ଧ୍ୟାରେ ମନୀଷ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ। ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ। ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟିତୁଣ୍ଡ ହୋଇଥିଲା। ହୋଟେଲ ବାହାରେ ମନୀଷଙ୍କୁ ତାଙ୍କର ୩ ସାଙ୍ଗ ‌ଆକ୍ରମଣ କରିଥିଲେ। ଏଥିରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ୩ ଜଣ ମନୀଷଙ୍କ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। 

Advertisment

୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। କାରଣ ଘଟଣା ପରେ ୨ ଅଭିଯୁକ୍ତ ରାଜଧାନୀର ଏକ ହୋଟେଲରେ ସେ ଦିନ ରହିଥିଲେ। ତେଣୁ ଏହି ମାମଲାରେ ଆଉ କାହାର ସମ୍ପୃକ୍ତ ରହିଛି ସେ ଦିଗକୁ ନେଇ ତଦନ୍ତ କରାଯାଉଛି। ଗଣ୍ଡଗୋଳ ଏବଂ ଠେଲାପେଲାରେ ମନୀଷଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଅଭିଯୁକ୍ତମାନେ ପୋଖରୀରେ ଫିଙ୍ଗି ଥିଲେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇ ଏହା କହିଛନ୍ତି। 

ଗତ ୧୦ ତାରିଖରେ ମନୀଷ ଅନୁରାଗଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍‌ପେନ୍ସ ଲାଗି ରହିଥିଲଳା। ଘଟଣା ଦିନ ରାତିରେ ଯେଉଁ କାର୍‌ରେ ମନୀଷଙ୍କୁ ପଟିଆରୁ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ନିଆଯାଇଥିଲା, ସେହି କାର୍‌କୁ ପୋଲିସ୍‌ ଜବତ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। 

Advertisment
Manish Anurag Navin Das Son's Death Case Manish Anurag Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ