ଚୋରା କାଠ ମାଫିଆଙ୍କ ଉପରେ ବଡ଼ ଆକ୍ସନ୍, ମାଫିଆକୁ ଧରାଇଲା ଡ୍ରୋନ୍

ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।

wood mafia

କାଠ ମାଫିଆଙ୍କୁ ଧରାଇଲା ଡ୍ରୋନ୍। ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରିବାକୁ ନାକେଦମ୍ ହୋଇଥିବା ବନ ବିଭାଗ ଓ ପୋଲିସକୁ ମିଳିଛି ସଫଳତା। କେନ୍ଦୁଝର ଘଟଗାଁ ବ୍ଲକ ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିବା ୟେ ହେଉଛି ବଡ଼ ଆକ୍ସନ୍। ରାତି ସାରା ଡ୍ରୋନ୍ ଦ୍ବାରା ନିରୀକ୍ଷଣ ପରେ ସକାଳୁ ସକାଳୁ ରେଡ୍ କରି ଧରିଛି ବନ ବିଭାଗ ଓ ପୋଲିସ୍।

ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଶାଳ, ଶାଗୁଆନ, ଗମ୍ଭାରୀ କାଠକୁ ବେଆଇନ ଭାବେ କାଟି ଆଣି ରଖୁଥିଲେ। ଏହାକୁ କାଟି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ। ବହୁ ଥର ପୋଲିସ୍ ଓ ବନ ବିଭାଗ ଗାଁକୁ ଯାଇଛି ଅପରାଧୀଙ୍କୁ ଧରିବାକୁ। କିନ୍ତୁ ମାଫିଆଙ୍କ ଦବଦବା ଏତେ ଥିଲା କି ଗାଁ ଭିତରକୁ ପଶି ପାରୁନଥିଲା ତଦନ୍ତକାରୀ ଟିମ୍। ହେଲେ ଏବେ ସରକାର ବଦଳିବା ପରେ ନିଜ ରଣନୀତି ବଦଳାଇଛନ୍ତି ବନ ବିଭାଗ ଓ ପୋଲିସ୍ । ଦୁଇଟି ଡ୍ରୋନ୍ ସହାୟତାରେ ପୁରା ଘଟଣା ଉପରେ ନଜର ରଖିବା ପରେ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର କାଠ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି।