Advertisment

ରାଜଧାନୀକୁ କେଉଁଠୁ ଆସୁଛି ଚୋରା ବନ୍ଧୁକ ? କଥା କଥାକେ ମିଳୁଛି ଫାୟାରିଂ ଧମକ

ରାଜଧାନୀରେ ବିଗିଡିଗଲାଣି କି ଆଇନଶୃଙ୍ଖଳା ବ୍ୟବସ୍ଥା ? ଯାହା ତାହା ହାତରେ ବନ୍ଧୁକ, କଥା କଥାକେ ଫାୟାରିଂ ଧମକ । ଝାରପଡାରେ ସାମାନ୍ୟ ବଚସାରୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ । କେଉଁଠୁ ଆସୁଛି ଚୋରା ବନ୍ଧୁକ, ପୋଲିସ୍ ପାଇଁ ବଢୁଛି ଚ୍ୟାଲେଞ୍ଜ ।

ଅଦ୍ୟତନ ହୋଇଛି
undefined

Bhubaneswar Crime

Advertisment

ହାତରେ ବନ୍ଧୁକ, କଥା କଥାକେ ଫୁଟାଇଦେବାକୁ ଦେଉଛନ୍ତି ଧମକ । ନା କାହାକୁ ଖାତିର ଅଛି ନା ପୋଲିସକୁ ଭୟ। ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ବନ୍ଧୁକ ଦେଖାଇ ବେଧଡ଼କ ଖେଳାଉଛନ୍ତି ଆତଙ୍କ । ଘର କାନ୍ଥକୁ ନେଇ ପଡୋଶୀଙ୍କ ସହ ଗଣ୍ଡଗୋଳ ପରେ ରମେଶ ବେହେରା ଓରଫ୍ ବାବାଜୀ ନାମକ ଜଣେ ଯୁବକଙ୍କ ଉଗ୍ର ରୂପ ଦେଖି ସମସ୍ତେ ଆତଙ୍କିତ । ୭୦ ବର୍ଷୀୟ ପଡୋଶୀ ଜଣକ ବି ତାର ଦାଦା । ପାଖ ପଡୋଶୀ କଣ, ଘର ଲୋକ ବି ବନ୍ଧୁକ ଦେଖି ଭୟଭୀତ ଆଉ ଆଶ୍ଚର୍ଯ୍ୟ ମଧ୍ୟ। ତେବେ ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ବାବାଜୀକୁ ଗିରଫ କରିବା ସହ ତାଠାରୁ ମାଉଜର ଓ ୫ଟି ଗୁଳି ଜବତ କରିଛି ।

Advertisment

ଅଗଷ୍ଟ ୧୮ ତାରିଖରେ ତମାଣ୍ଡୋ ଥାନା ଭଗବାନପୁର ଏକ କୋରିୟର ସଂସ୍ଥାରେ ହେଲା ସଶସ୍ତ୍ର ଡକାୟତି । ବନ୍ଧୁକ ଦେଖାଇ ଡକାୟତ ଲୁଟିନେଲେ  ଲକ୍ଷାଧିକ ଟଙ୍କା। ମାମଲାରେ ଏଯାଏଁ ପୋଲିସ କାହାକୁ ବି ଗିରଫ କରିପାରିନି। ଭୁବନେଶ୍ୱରରେ ଡ୍ରଗ୍ସ କାରବାର ଠାରୁ ବାଲିଘାଟ ନିଲାମ, ଏପରିକି ସୁପାରି ନେଇ କାମ କରୁଥିବା ରଶ୍ମୀରଂଜନ ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। 

ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୫ଟି ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଜବତ କରିଥଲା ପୋଲିସ । ଅପରାଧୀ ସତ୍ୟା ସାମଲ ଗିରଫ କାର୍ ଭିତରୁ ବନ୍ଧୁକ ଜବତ କିଛି ଦିନ ତଳେ ପୋଲିସ ହାତରେ ଧରାପଡିଥିଲା ଏକାଧିକ ମହିଳାଙ୍କୁ ବିବାହ କରି ଟଙ୍କା ଲୁଟୁଥିବା ସତ୍ୟା ସାମଲ । ପୋଲିସ ତା କାର ଭିତରୁ ଏକ ବନ୍ଧୁକ ମଧ୍ୟ ଜବତ କରିଥିଲା । ମାର୍ଚ୍ଚ ୨୬ ତାରିଖ କୁଖ୍ୟାତ ବନ୍ଧୁକ ବେପାରୀ ସୁରଜ ପରିଡା ଓ ତପୁଧନ ବାରିକ ଗିରଫ ଚୋରା ବନ୍ଧୁକ ଜବତ ପ୍ରଶ୍ନ ଉଠୁଛି, କେଉଁଠୁ ଆସୁଛି ଏତେ ପରିମାଣର ଚୋରା ବନ୍ଧୁକ ? କିଏ ଏହାର ଡିଲର ? 

Advertisment

ଏମିତି ଆହୁରି କେତେ ବନ୍ଧୁକ ଅଛି ରାଜଧାନୀରେ ? ବିହାର ଓ ୟୁପି ଭଳି କ୍ରାଇମ୍ ସିଟି ପାଲଟିଗଲାଣି କି ଭୁବନେଶ୍ବର ? ରାଜଧାନୀରେ କାହା ହାତରେ କେତେବେଳେ ଯେ ହତିଆର ଥିବା କାହାକୁ ଜଣାନାହିଁ । ଏହି ଭୟରେ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । 

Crime In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ