Advertisment

ସୁଇସାଇଡ୍‌ କଲା ଗର୍ଲଫ୍ରେଣ୍ଡ୍‌, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କୁ ପୋଲିସ ଗିରଫ କରିଛି।  ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

ଅଦ୍ୟତନ ହୋଇଛି
Bhubaneswar MCA girl student suicide Police arrests boyfriend

Bhubaneswar MCA girl student suicide: Police arrests boyfriend

Advertisment

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାସଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍‌କୁ  ଭିତ୍ତି କରି ସତ୍ୟପ୍ରକାଶଙ୍କୁ ଗିରଫ କରାଯାଇଛି।

Advertisment

ସୂଚନା ଅନୁସାରେ, ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ତିହଡ଼ି ଗାଁର। ତେବେ ଆଶ୍ରିତାଙ୍କ ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଛି।  ଆଉ ଜଣେ ଯୁବକଙ୍କ ସହିତ ଆଶ୍ରିତାଙ୍କ ସମ୍ପର୍କ ଥିବା ସନ୍ଦେହ କରି ଗତ ୪ ତାରିଖରେ ତାଙ୍କୁ ସତ୍ୟ ମାଡ଼ ମାରିଥିବା ସୂଚନା ମିଳିଛି। ସେହି ଦିନ ହିଁ ଆଶ୍ରିତା ଆତ୍ମହତ୍ୟା କରିଥିଲେ।

ସୁଇସାଇଡ୍ ନୋଟ୍‌ରେ ସତ୍ୟ ତାଙ୍କୁ ନିର୍ଯାତନା ଦେଇଥିବା କଥା ଆଶ୍ରିତା ଉଲ୍ଲେଖ କରିଥିଲେ।  ଏହା ତାଙ୍କୁ କଷ୍ଟ ଦେଇଥିବାରୁ ଆଶ୍ରିତା ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।  

Advertisment

ସୂଚନାଥାଉ କି,  ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା ବେଳେ ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ବୋଲି ଜଣାପଡ଼ିଛି। 

Advertisment
Student Suicide MCA Girl Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ