Advertisment

କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ..କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍‌ର କଳା ଧନ୍ଦାର ପୁରା ପୋଲ ।

ଅଦ୍ୟତନ ହୋଇଛି
undefined

Shradhanjali Behera

Advertisment

ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍‌ର କଳା ଧନ୍ଦାର ପୁରା ପୋଲ । ଗତ ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ପୋଲିସ ନିକଟରେ CRPCର ଧାରା ୧୬୧ରେ ଶ୍ରଦ୍ଧାଞ୍ଜଳି ଦେଇଥିବା ବୟାନ ଏବେ ଓଟିଭି ହାତରେ ଲାଗିଛି । ଯେଉଁଥିରେ ଅର୍ଚ୍ଚନା ଜାଲରେ ସେ କେମିତି ଫଶିଲା ଏବଂ ତା’ ସେକ୍ସ ସିଣ୍ଡିକେଟ୍ କେମିତି ଚାଲୁଥିଲା, ତାର ସମ୍ପୂର୍ଣ୍ଣ ତଥ୍ୟ ରଖିଛି ଶ୍ରଦ୍ଧାଞ୍ଜଳି । ସେପଟେ ୭ ଦିନିଆ ରିମାଣ୍ଡ ବେଳେ କିଙ୍ଗପିନ୍ ଅର୍ଚ୍ଚନା ଇଡି ଆଗରେ କିଛି ଖାସ୍ ଖୁଲାସା କରିନଥିବାରୁ ତାକୁ ପୁଣି ଜେରା ପାଇଁ ଆଉଥରେ ରିମାଣ୍ଡରେ ଆଣିବା ସହ ସ୍ୱାମୀ ଜଗବନ୍ଧୁକୁ ବି ରିମାଣ୍ଡରେ ଆଣି ମୁହାଁମୁହିଁ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment

ବ୍ଲାକମେଲ କ୍ୱିନ୍‌ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ । ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ । ଆଉ କିଏ ହେଉଥିଲେ ମାଲାମାଲ୍? ରାଜ୍ୟର ସବୁଠୁ ବଡ଼ ଯୌନ କେଳେଙ୍କାରୀ କୁହାଯାଉଥିବା ଅର୍ଚ୍ଚନା ନାଗ ମାମଲା ସାମ୍ନାକୁ ଆସିବାର ପ୍ରାୟ ଅଢେଇ ମାସ ପରେ ଓଟିଭି ହାତରେ ଲାଗିଛି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା-ସହଯୋଗୀ ଶ୍ରଦ୍ଧାଞ୍ଜଳିର ୧୬୧ ଧାରାର ବୟାନ ।

ଅକ୍ଟୋବର ୨, ୨୦୨୨ରେ ଖଣ୍ଡଗିରି ଥାନା ପୋଲିସ ରେକର୍ଡ କରିଥିବା ବୟାନରେ ଶ୍ରଦ୍ଧାଞ୍ଜଳି କହିଛନ୍ତି, ୨୦୧୮ରେ ଚାକିରୀ ପାଇଁ  ଭୁବନେଶ୍ୱର ଆସିଥିଲି । ଜାଗମରାରେ ଭଡ଼ାରେ ରହୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ପରିଚୟ ହୋଇଥିଲା । ପରେ ମୋତେ ସେକ୍ସ ସ୍ମାଣ୍ଡାଲରେ ଫସାଇବାକୁ ଟଙ୍କା ଲୋଭ ଦେଖାଇଥିଲା ଅର୍ଚ୍ଚନା । କିନ୍ତୁ ରାଜି ନହେବାରୁ ଯୋଜନା କରି ମୋତେ ମୃଦୁ ପାନୀୟରେ ନିଶା ଦେଇ ଅଶ୍ଲୀଳ ଭିଡିଓ ସୁଟ୍ ପରେ ଆରମ୍ଭ କରିଥିଲା ବ୍ଲାକମେଲିଂ । ପ୍ରଥମ ନୟାଗଡ଼ର ଜଣେ ବ୍ୟକ୍ତିଙ୍କୁ ଶିକାର ପରେ ଦ୍ୱିତୀୟରେ ଆସିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ।

Advertisment

ଅର୍ଚ୍ଚନାଙ୍କ ନିର୍ଦ୍ଦେଶ ଓ ଇସାରାରେ ଅକ୍ଷୟଙ୍କୁ ଫଶାଇବା ପରେ ତାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତାଲା ବି ଦେଇଥିଲି ।  ଅନେକ ସମୟରେ ଅର୍ଚ୍ଚନାର ସତ୍ୟବିହାର ଘରେ ଅନେକ ଲୋକ ପଇସା ଦେଉଥିବା ବେଳେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ତାକୁ ଗଣି ରଖନ୍ତି । ସେମାନେ ମୋ ପରି ଅନେକ ଝିଅଙ୍କୁ ଦେହ ବ୍ୟବସାୟରେ ବ୍ୟବହାର କରି ବଡ଼ ବଡ଼ ଲୋକଙ୍କୁ ଫସାଇ ସେକ୍ସ ଭିଡିଓ କରି କୋଟି କୋଟି ରୋଜଗାର କରିଛନ୍ତି ।

ଏପଟେ ଅର୍ଚ୍ଚନା ମାମାଲରେ ଘାଣ୍ଟୁଥିବା ଇଡି, ବ୍ଲାକମେଲ କ୍ୱିନ୍‌କୁ ୭ ଦିନିଆ ଲମ୍ବା ରିମାଣ୍ଡରେ ଆଣିଥିଲେ ବି ଜେରା ବେଳେ ଅର୍ଚ୍ଚନା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା କୁହାଯାଉଛି । ତେଣୁ ଆଜି ତାର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆସନ୍ତାକାଲି ତାକୁ କୋର୍ଟରେ ହାଜର କରିବ ଇଡି । ପ୍ରଥମ ଦଫା ରିମାଣ୍ଡରେ ଇଡି ଅର୍ଚ୍ଚନାଠୁ କିଛି ଠୋସ୍ ତଥ୍ୟ ପାଇନଥିବା ଚର୍ଚ୍ଚା ହେଉଥିବାରୁ ତାକୁ ଦ୍ୱିତୀୟ ପର୍ଯ୍ୟାୟରେ ଜେରା ପାଇଁ ଆବେଦନ କରିପାରେ । ସେପଟେ ଜଗବନ୍ଧୁ ଚାନ୍ଦକୁ ମଧ୍ୟ ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡ଼ି ଅନୁମାନ କରାଯାଉଛି । ଉଭୟ ନାଗ-ଚାନ୍ଦ ଦମ୍ପତ୍ତିଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment

ଏହାରି ଭିତରେ ଅର୍ଚ୍ଚନାର ସତ୍ୟବିହାର ଘରେ ଅକ୍ଟୋବର ୬ରେ ହୋଇଥିବା ଚଢାଉ ବେଳେ ଖଣ୍ଡଗିରି ପୋଲିସ ତାଠୁ କଣ ସବୁ ଜବତ କରିଥିଲା, ସେ ତଥ୍ୟ ଇଡିକୁ ହସ୍ତାନ୍ତର କରିଛି । ଯାହା ଭିତରେ ରହିଛି ୫ଟି ଫୋନ୍, ୩ଟି ଟ୍ୟାବଲେଟ୍, ଦୁଇଟି ଲାପଟପ୍ ଓ ଦୁଇଟି ପେନ୍ ଡ୍ରାଇଭ । ଏସବୁ ଜବତ ସାମଗ୍ରୀ ଭିତରେ ଅର୍ଚ୍ଚନାର ହନିଟ୍ରାପ୍ ସ୍କାଣ୍ଡାଲର ବହୁ ତଥ୍ୟ ଲୁଚିଥିବା ଅନୁମାନ କରାଯାଉଛି ।

ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଖରେ ପୁଳା ପୁଳା ସୁନା ଓ ଅଳଙ୍କାର ଥିବା କୁହାଯାଉଥିବା ବେଳେ ଏସବୁ ସିଜ୍ ହୋଇଛି କି କୁଆଡ଼େ ଗାଏବ ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ ।

(ରିପୋର୍ଟ- ଭୁବନେଶ୍ୱରରୁ ଆଲୋକ ମହାନ୍ତି)

ED Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ