ଧରାପଡ଼ିଲା ଭୁବନେଶ୍ୱର ନୂଆପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ

ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।

Murder Mastermind

News Summary

ସୁପାରି କିଲିଂ ମାଷ୍ଟରମାଇଣ୍ତ ଗିରଫ

ବ୍ୟବସାୟିକ ଶତ୍ରୁତା ପାଇଁ ସୁପାରି ଦେଇଥିବା ସୂଚନା

ଭୁବନେଶ୍ୱର: ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି । ରାଜେନ୍ଦ୍ର ମଲ୍ଲିକକୁ ନୟାପଲ୍ଲୀ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି ।

ଅଭିଯୁକ୍ତ ନିକଟରୁ ଏକାଧିକ ନକଲି ପ୍ରେସ କାର୍ଡ, ନଗଦ ୫ଲକ୍ଷରୁ ଅଧିକ ଟଙ୍କା ଓ ଏଟିଏମ୍ କାର୍ଡ ଜବତ ହୋଇଛି । ପୁର୍ବରୁ ଚାକିରି ନାଁରେ ଟଙ୍କା ଠକେଇ ମାମଲାରେ ମଧ୍ୟ ସେ ଗିରଫ ହୋଇଥିବାର ଶୁଣିବାକୁ ମିଳିଛି । ଦିଲ୍ଲୀ ଏୟାର ପୋର୍ଟରେ ଚାକିରି ଦେବା ନାଁରେ ସେ ଫେକ୍ ୱେବସାଇଟ୍ କରି ଟଙ୍କା ଠକେଇ କରିଥିବାର ଲିଙ୍କ୍ ରେ ପୋଲିସ ତାକୁ ୨୦୦୮ ମସିହାରେ ଗିରଫ କରିଥିଲା ।

ରାଜେନ୍ଦ୍ର ମଲ୍ଲିକ ଏକାଧିକ ଠକେଇ, ସାଇବର ଠକେଇ ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।