Advertisment

କେମିତି ATM ଉପାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କଲେ ? ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।

ଅଦ୍ୟତନ ହୋଇଛି
Bhubaneswar ATM Loot Case

Bhubaneswar ATM Loot Case

Advertisment

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।

Advertisment

ଅଭିଯୁକ୍ତମାନେ କିପରି ଏଟିମ୍ ତାଡ଼ିଥିଲେ, ତାକୁ ଆଉ ଥରେ ଡେମୋ କରି ଦେଖାଉଛନ୍ତି। ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳ ଇତ୍ୟାଦିକୁ ୨ ଲୁଟେରାଙ୍କୁ ନେଇଛି ପୋଲିସ। ATM ଭଙ୍ଗା ଯାଇଥିବା ସ୍ଥାନରୁ ଶାବଳ, ହାତୁଡ଼ି, ସ୍କ୍ରୁ ଡ୍ରାଇଭର୍ ଆଦି ମିଳିଛି। ଏହି ମାମଲାରେ ବେଙ୍ଗାଲୁରୁରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୪ ଜଣ ବାଂଲାଦେଶୀ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ହେଲେ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲା। ସେମାନଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଗତ ୫ ତାରିଖରେ ଭୁବନେଶ୍ୱର ଲିଙ୍ଗିପୁରରେ  ଲୁଟେରାମାନେ ଏଟିଏମ୍ ତାଡି ୨୦ରୁ ୨୫ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଲୁଟେରାମାନେ ଲୁଟ୍ ପୂର୍ବରୁ ଇଲେକ୍ଟ୍ରିକ୍‌ କନେକସନ କାଟି ଦେଇଥିଲେ।  ଏହାପରେ ATM ମେସିନ କାଟି ଟଙ୍କା ନେଇ ପଳାଇଥିଲେ। ଏଟିଏମର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ଏକାଧିକ ଲୁଟେରାଙ୍କ ହାତ ଥିବା ପୋଲିସ ସନ୍ଦେହ କରିଥିଲା।

Advertisment
ATM Loot Bhubaneswar ATM Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ