ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସକ୍ସେସ୍ ଅନଲାଇନ ସର୍ଭିସ ସିଷ୍ଟମ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ ଗିରଫ ହୋଇଥିବା ସୂଚନା ।

Bhojpuri film on chit fund money

News Summary

କ୍ରାଇମବ୍ରାଞ୍ଚ ଜାଲରେ ଆଉ ଜଣେ ଚିଟଫଣ୍ଡ ଠକ

କ୍ରାଇମବ୍ରାଞ୍ଚ ଜାଲରେ ଆଉ ଜଣେ ଚିଟଫଣ୍ଡ ଠକ । ସେ ହେଲେ ସକ୍ସେସ୍ ଅନ୍ଲାଇନ୍ ସର୍ଭିସ ସିଷ୍ଟମର ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ। ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରି ଫିଲ୍ମ ତିଆରି କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ସେ ନିଖିଳାନନ୍ଦଙ୍କ ସଂସ୍ଥା ଓଡ଼ିଶା, ଦିଲ୍ଲୀ, ଝାଡ଼ଖଣ୍ଡରୁ ପ୍ରାୟ ୫ ଶହ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି । ସେହି ଟଙ୍କାକୁ ସେ ଚଳୁ କରିଦେଇଛନ୍ତି । ଚିଟଫଣ୍ଡ ଟଙ୍କାରେ ସେ ଭୋଜପୁରୀ ଫିଲ୍ମ ମଧ୍ୟ ତିଆରି କରିଥିଲେ ଏହି ଫିଲ୍ମରେ ନିଜେ ଅଭିନୟ ମଧ୍ୟ କରିଥିଲେ ନିଖିଳାନନ୍ଦ ।