ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ, ଅନୁମତି ଦେଲେ SDJM କୋର୍ଟ

ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।

Bharatpur Incident

ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ । ଜଣେ SIଙ୍କ ସହ ୨ ଏଏସ୍ଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି । ନିଲମ୍ବିତ ପୋଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳାମୟୀ ସାହୁ ଓ ଏଏସଆଇ ସାଗରିକା ରଥଙ୍କର ହେବ ପଲିଗ୍ରାଫ ଟେଷ୍ଟ ।

ପୂର୍ବରୁ ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମିଳିଥିଲା । ଏଥିପାଇଁ ସମସ୍ତ ୪ ଅଧିକାରୀ ଗୁଜରାଟ ଯିବେ । ଗତ କିଛିଦିନ ତଳେ ସିନ୍ ରିକ୍ରିଏସନ୍ ହୋଇଥିଲା । ମେଜରଙ୍କୁ କିଏ ଓ କେମିତି ସେଲ୍ ଭିତରେ ପୁରାଇଲା ? ତାଙ୍କ ବାନ୍ଧବୀଙ୍କୁ କେଉଁଠୁ କିଏ ଘୋଷାଡ଼ି ଘୋଷାଡ଼ି ନେଲା ? ବାନ୍ଧବୀଙ୍କୁ କିଏ ମାଡ଼ ମାରିଲା ? ଥାନା ଆଇଆଇସି କେଉଁଠି ଛିଡ଼ା ହୋଇଥିଲେ? ଏସବୁ ଗୋଟି ଗୋଟି କରି ବଖାଣିଥିଲେ ପୀଡ଼ିତା ।

ପୋଲିସ୍ ଓ ସେନା ଅଧିକାରୀଙ୍କ ସୁରକ୍ଷା ବଳୟରେ ମେଜର୍ , ତାଙ୍କ ବାନ୍ଧବୀ ଘଟଣାସ୍ଥଳରେ ଦେଖାଇଥିଲେ କେଉଁପଟେ ଥିଲା ଉଭୟ ପକ୍ଷଙ୍କ କାର୍ ? ରୋଡ୍ ରୋମିଓମାନେ କେଉଁଠି ଛିଡ଼ା ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ? ହଠାତ୍ କେଉଁଭଳି ତାଙ୍କୁ ହେଲା ଆଟାକ୍। ଏସବୁ ତଥ୍ୟ କେତେବେଳେ ମେଜର ତ କେତେବେଳେ ପୀଡ଼ିତାଙ୍କଠୁ ପଚାରି ବୁଝିଥିଲେ ତଦନ୍ତକାରୀ ଟିମ୍ ।

୩୬୦ ଡିଗ୍ରୀ ଆଙ୍ଗେଲରୁ କରାଯାଇଥିଲା ଭିଡିଓ ରେକର୍ଡିଂ । ଏସବୁ ଭିତରେ ଘଟଣାସ୍ଥଳ ପାଖରେ ଥିବା ଏକ ଗ୍ରୋସରୀ ଦୋକାନର ସିସିଟିଭିରୁ ସେଦିନ ରାତି ଫୁଟେଜକୁ ଚନ୍ଦକା ପୋଲିସ୍ ନେଇଥିବା କହିଥିଲେ ଉକ୍ତ ଦୋକାନୀ । ଖାଲି ସେତିକି ନୁହେଁ, ଭରତପୁର ଥାନାର ନିଲମ୍ବିତ ପୋଲିସ କର୍ମଚାରୀଙ୍କୁ ନେଇ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଛାଡ଼ି ବାକି ୪ ନିଲମ୍ବିତ ପୋଲିସ କର୍ମଚାରୀ ସବ-ଇନସପେକ୍ଟର ସାଗରିକା ରଥ, ଏଏସଆଇ ବୈଶାଳିନୀ ପଣ୍ଡା, ASI ସଲିଳାମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ପଚାରିଥିଲେ ଘଟଣାଦିନ ରାତିର ସତ । ପୀଡ଼ିତା କେଉଁବାଟେ ଆସିଲେ ? କେମିତି ଅବସ୍ଥାରେ ଆସିଥିଲେ ? କେଉଁଠି ଛିଡ଼ା ହୋଇଥିଲେ? କାହା ହାତକୁ କାମୁଡ଼ି ଦେଇଥିଲେ? ଇତ୍ୟାଦି ଇତ୍ୟାଦି ।