congress
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତେଜିଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀର ରାଜଭବନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ପୋଲିସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଘଟଣାକୁ ନେଇ ସିଧାସଳଖ ଭାବେ ସରକାରଙ୍କୁ ଦୋଷାରୋପ କରିଛି ବିଜେଡି । ଆଉ ଏପଟେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଅଗ୍ରସର ବେଳେ ପୋଲିସ ଅଟକାଇବାରୁ ଅଣ୍ଡା ଟମାଟୋ ମାଡ କରିଛି ଯୁବ କଂଗ୍ରେସ। ବ୍ୟାରିକେଡ୍ ଉପରେ ଚଢ଼ି ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ।
ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିବା ସହ ପୂର୍ବ ସରକାରଙ୍କ ଆଡ଼କୁ ପାଲଟା ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ପୂର୍ବ ସରକାରରେ କେତୋଟି ଘଟଣାରେ ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇଛି ଆଗ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ନବ ଦାସ ଘଟଣାରେ କ’ଣ କଲେ ତାହାର ଉତ୍ତର ରଖନ୍ତୁ ବୋଲି ସେ ଦୋହରାଇଛନ୍ତି।୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।
ଏହି ମାମଲାକୁ ନେଇ ବିଜେଡିକୁ ଘେରିଛି ବିଜେପି । ପ୍ରେସମିଟ କରି ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ, ମନୋଜ ମହାପାତ୍ର । କହିଛନ୍ତି, ବିଜେଡି ଓ କଂଗ୍ରେସ ରାଜନୀତି ପାଇଁ ଆଗେଇ ଆସିଛନ୍ତି । ବିଜେପି ସରକାର ମାମଲାରେ ତୁରନ୍ତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ମାତ୍ର, 'କୁନ୍ଦୁଲିରେ ବି ଏଭଳି ଘଟିଥିଲା, ସେତେବେଳେ କଣ ଆକ୍ସନ୍ ନେଇଥିଲେ ବୋଲି ବିଜେପି ପ୍ରଶ୍ନ କରିଛି ।
ବିଜେଡି ସୁପ୍ରିମୋଙ୍କୁ ସିଧାସଳଖ ଟାର୍ଗେଟ କରି ଦଳ କହିଛି, ୨୪ ବର୍ଷ ଶାସନରେ ରହି ନବୀନ ବାବୁ ସଇତାନର ବେଦପାଠ କରୁଛନ୍ତି । ନବୀନଙ୍କ ଶାସନରେ ଜେଲ୍ ରେ ଅଭିଯୁକ୍ତକୁ ମାରି ଦିଆ ଯାଉଥିଲା ବୋଲି ବିଜେପି ଅଭିଯୋଗ ଆଣିଛି । ଏବେ ବିଜେଡି ନେତ୍ରୀଙ୍କ ପ୍ରାଣ କାନ୍ଦୁଛି, ମମିତାଙ୍କ ବେଳେ କେଉଁଠି ଥିଲା ? । କଂଗ୍ରେସ ଓ ବିଜେଡି ୫୦ ବର୍ଷର ଶାସନରେ କଣ ଦେଇଛି ?''ଜାନକୀଙ୍କ ୧୫, ବିଜୁ ଓ ନବୀନ ୩୫ ବର୍ଷ ଶାସନରେ କଣ କରିଛନ୍ତି ବୋଲି ପ୍ରେସମିଟରେ ପ୍ରଶ୍ନ କରିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/congress_1726917561.jpg)