Advertisment

ପ୍ରେମଜନିତ ଆତ୍ମହତ୍ୟାରୁ କେମିତି ମୁକୁଳିବେ ପିଲା ?

ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି।

NCRB report on Youth Kills

NCRB report on Youth Kills

Advertisment

ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ। ପ୍ରେମ, ବିଛେଦ ଆଉ ଯନ୍ତ୍ରଣାର ଏହି କାହାଣୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର। କୁହାଯାଉଛି, ଏମିତି ଚିଠି ଖଣ୍ଡେ ଲେଖି ଚାନ୍ଦବାଲି କାଣ୍ଡଗରଡ଼ି ଗାଁର ଯୁକ୍ତ ଦୁଇ ଛାତ୍ରୀ ଜଣକ ବୈତରଣୀ ନଦୀକୁ ଡେଇଁ ପଡ଼ିଲେ। ୨୪ ଘଣ୍ଟା ପରେ ମିଳିଲା ସଂପୃକ୍ତ ଛାତ୍ରୀଙ୍କ ମୃତଦେହ। ଏପଟେ ଯେଉଁ ପିଲାକୁ ପାଠପଢ଼ାଇ ମଣିଷ କରାଇବାର ସ୍ୱପ୍ନ ଦେଖୁଥିଲେ ମା, ତାଙ୍କ ଆଖିରୁ ଲୁହ ଶୁଖୁନି। 

Advertisment

ଇଏ ଆଉ ଏକ ଚିଠି। ମୁଁ ଯାହାକୁ ନିଜର ଭାବିଥିଲି ସେ ହିଁ ମୋ ଜୀବନକୁ ନଷ୍ଟ କରିଦେଲା...ଯାହାକୁ ମୁଁ ଜୀବନଠୁଁ ଅଧିକ ଭଲ ପାଏ, ସିଏ ମୋତେ ଭୁଲି ଜଗନର ହୋଇଗଲା। ମୁଁ ଏକା ତୁମ ମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଏତିକି କହି ରହୁଛି ବାପା। Love you bapa) ଏହା ପ୍ରତାରଣାର ଶୀକାର ଭଦ୍ରକ ଜିଲ୍ଲା ତେନ୍ତୁଳି ଗଢ଼ଇା ଗାଁର ଡିପ୍ଲୋମା ଛାତ୍ର ଦିଗବିଜୟ ସ୍ୱାଇଁଙ୍କ କାହାଣୀ। ଯେଉଁ ଝିଅକୁ ସେ ଭଲ ପାଉଥିଲେ, ନିଜର ଘନିଷ୍ଠ ସାଙ୍ଗର ସହ ପ୍ରେମିକାର ପ୍ରେମ ସଂପର୍କ ଥିବା ଜାଣିବା ପରେ ସହିନପାରି ଆତ୍ମହତ୍ୟାର ବାଟ ବାଛିନେଲେ ସେ। ଝୁଲନ୍ତା ଅବସ୍ଥାରେ ଏବେ ମିଳିଛି ତାଙ୍କ ମୃତଦେହ।

ପ୍ରେମ, ପ୍ରତାରଣାକୁ ନେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କେବଳ ଜଣେ ଦିଜଣଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ସେ ରାଜଧାନୀ ନନ୍ଦନବିହାରର ସୌମ୍ୟରଂଜନ ପାଣିଗ୍ରାହୀ ହୁଅନ୍ତୁ କିମ୍ବା ଅନୁଗୁଳର ଅଭିଜିତ ପଟ୍ଟନାୟକ।ପ୍ରେମରେ ପ୍ରତାରଣାକୁ ସହିନପାରି ଜୀବନ ହାରିଦେଇଛନ୍ତି ଏମାନେ। କଳିଙ୍ଗନଗରର ସୌମ୍ୟରଂଜନ ଜେନା ୪ ବର୍ଷ ଧରି ଯେଉଁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ, ତାଙ୍କ ଠାରୁ ଧୋକ୍କା ମିଳିବା ପରେ ଗତ ଜାନୁୟାରୀରେ ସେ ବି ଆତ୍ମହତ୍ୟା କରିଦେଲେ।

Advertisment

ପ୍ରେମ ଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି। ୨୦୧୯ରେ ପ୍ରେମ କାରଣରୁ ୧୭୨ ଜଣ ଆତ୍ମହତ୍ୟା କରିଥିବା ବେଳେ ତାମଧ୍ୟରେ ରହିଛନ୍ତି ୭୩ ଜଣ ପୁଅ ଏବଂ ୯୯ ଜଣ ଝିଅ। ୨୦୨୦ରେ ୧୧୧ ଜଣ ଆତ୍ମହତ୍ୟା କରିଥିବାବେଳେ ତାମଧ୍ୟରେ ରହିଛନ୍ତି ୬୧ ପୁଅ ଓ ୫୦ ଝିଅ। ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା ମୁଖ୍ୟତଃ କିଶୋରବସ୍ଥାର ପିଲାମାନେ ପ୍ରେମରେ ପଡ଼ିବା ପରେ ପ୍ରେମକୁ ହିଁ ଜୀବନର ସବୁକିଛି ଧରିନେଉଛନ୍ତି। ଆଉ ପ୍ରେମରେ ଧୋକ୍କା ମିଳିଲେ, ଅତ୍ୟଧିକ ଭାବବିହ୍ୱଳ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି।

ପ୍ରେମଜନିତ ଆତ୍ମହତ୍ୟାରୁ କେମିତି ମୁକୁଳିବେ ପିଲା ? ସାମାଜିକ କର୍ମୀଙ୍କ କହିବା କଥା, ଅଭିଭାବକ ନିଜ ପିଲାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଚିତ। ପିଲାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଦରକାର। ଏହାଦ୍ୱାରା ଅଭିଭାବକଙ୍କ ସହ ନିଜର ସବୁ ବ୍ୟକ୍ତିଗତ କଥାକୁ ପିଲାମାନେ ମନଖୋଲି କହିପାରିବେ।ା ଏହାସହ ପ୍ରେମଜନିତ ଆତ୍ମହତ୍ୟା ରୋକିବାକୁ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା ବି ଦରକାର।

Advertisment

ରିପୋର୍ଟ: ବାସୁଦେବ ଦାସ, ପାର୍ଥସାରଥୀ ନାୟକ, ଆଲୋକ ମହାନ୍ତି ଏବଂ କପିଳେନ୍ଦ୍ର ପ୍ରଧାନ

NCRB Youth Kills
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ