Advertisment

ଚାଉଳ ଦେଉନାହାନ୍ତି, ନାଲିଆଖି ଦେଖାଉଛନ୍ତି...ଏକାଠି ହୋଇ ଗର୍ଜିଲେ ହିତାଧିକାରୀ

ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକାଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ।

ଅଦ୍ୟତନ ହୋଇଛି
Rice

Rice

Advertisment

ସରକାରୀ ଡିଲର ଦୋକାନ ସାମ୍ନାରେ ପାଟିତୁଣ୍ଡ, ହୋହାଲ୍ଲା...ସମସ୍ତଙ୍କ ହାତରେ ରାସନକାର୍ଡ଼ । ସମସ୍ତଙ୍କର ପୁଣି ସମାନ ଅଭିଯୋଗ । ଆମକୁ ଚାଉଳ ମିଳୁନି, ଆମେ ଖାଇବୁ କଣ? ବଞ୍ଚିବୁ କେମିତି? ସଠିକ୍‌ ସମୟରେ ଚାଉଳ ପାଇନଥିବାରୁ ଏକାଠି ହୋଇ ଡିଲରଙ୍କ ଘର ସାମ୍ନାରେ ପାଟିତୁଣ୍ଡ କରିଥିଲେ ହିତାଧିକାରୀ । 

Advertisment

ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ । ଅଭିଯୋଗ ଏତିକିରେ ସରିନି ବରଂ ଫେବୃଆରୀ ମାସର ଚାଉଳ ଦେଲେ କିନ୍ତୁ ଖାତାରେ ଡିସେମ୍ବର ଲେଖିଦେଲେ । ଏମିତି କାହିଁକି କରୁଛ ବୋଲି ପଚାରିବାରୁ ତୁମେ ପୂର୍ବରୁ ଚାଉଳ ନେଇ ସାରିଛ ଆଉ ମିଳିବ ନାହିଁ ବୋଲି କହିଲେ ଡିଲର ।

ଚାଉଳ ପାଇନାହାନ୍ତି ହିତାଧିକାରୀ । କିନ୍ତୁ ଖାତାରେ ନା ପକାଇ ଦେଇଛନ୍ତି ଡିଲର । କିଛି ଏମିତି ଅଭିଯୋଗ ଆଣି ଏବେ ଗର୍ଜିଛନ୍ତି ଲୋକେ । ଖାଲି ଗର୍ଜିଛନ୍ତି ତାହା ନୁହେଁ ବରଂ ନିଜର ପ୍ରାପ୍ୟ ଚାଉଳ ପାଇବାକୁ ଦାବି ବି କରିଛନ୍ତି । ସେପଟେ ଉତ୍ୟକ୍ତ ଲୋକଙ୍କର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂପୃକ୍ତ ଡିଲର । କହିଛନ୍ତି, ଆମେ ପ୍ରତିମାସ ଚାଉଳ ଦେଇଛୁ । ସେମାନଙ୍କ ପ୍ରାପ୍ୟ ସେମାନଙ୍କୁ ମିଳିଛି ।

Advertisment

ତେବେ ଚାଉଳ ବାଟମାରଣା ନେଇ ଗୋଟିଏ ପଟେ ଗାଁ ଲୋକେ ଅଭିଯୋଗ କରୁଥିବା ପରେ ଡିଲର କିନ୍ତୁ ଏହାକୁ ସ୍ୱୀକାର କରିନାହାନ୍ତି । ହେଲେ ପ୍ରକୃତ ଘଟଣା କଣ ତାହା ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Locals Stage Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ