Advertisment

ଅନ୍‌ଲାଇନ୍ ଫ୍ରଡ୍; ୧୫ ହଜାର ପାଇଁ ୬୮ଲକ୍ଷ ଟଙ୍କା ହରେଇଲେ ଯୁବ ଇଞ୍ଜିନିୟର

ଅନ୍‌ଲାଇନ୍ କିଣାବିକା ପ୍ଲାଟ୍‌ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍‌ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ ଟଙ୍କା।

ଅଦ୍ୟତନ ହୋଇଛି
Bengaluru Techie Loses Rs 68 Lakh In OTP Scam

Bengaluru Techie Loses Rs 68 Lakh In OTP Scam

Advertisment

ଅନ୍‌ଲାଇନ୍ କିଣାବିକା ପ୍ଲାଟ୍‌ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍‌ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ସାଇବର ଅପରାଧୀମାନେ ତାଙ୍କ ଠାରୁ ଏହି ଟଙ୍କା ଠକିନେଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ ଟଙ୍କା।

Advertisment

'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଡିସେମ୍ବର ୯ରେ, HSR ଲେଆଉଟ୍‌ର ବାସିନ୍ଦା ୩୯ ବର୍ଷୀୟ ଯୁବକ ଆଦିଶ (ଛଦ୍ମନାମ) ଙ୍କ ଅଭିଯୋଗ ଉପରେ କାର୍ଯ୍ୟ କରି ପୋଲିସ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଓ ଆଇପିସି ଧାରା ୪୧୯(ଜାଲିଆତି ଦ୍ୱାରା ପ୍ରତାରଣା) ଏବଂ ୪୨୦(ଜାଲିଆତି ଏବଂ ଅସାଧୁ ଭାବରେ ସମ୍ପତ୍ତି ବିତରଣ) ଅଧୀନରେ ମାମଲା ପଞ୍ଜୀକୃତ ହୋଇଛି। ଠକମାନଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ପୋଲିସ ବ୍ୟାଙ୍କ୍‌ଗୁଡ଼ିକୁ ମଧ୍ୟ ଚିଠି କରିଛି।

କୁହାଯାଇଛି ଯେ ଆଦିଶ ନିକଟରେ ତାଙ୍କ ବେଡ୍‌ର ଫଟୋ ସହିତ OLX ରେ ଏକ ବିଜ୍ଞାପନ ପୋଷ୍ଟ୍‌ କରିଥିଲେ ଏବଂ ଏହାର ମୂଲ୍ୟ ୧୫,୦୦୦ ଟଙ୍କା ଥିଲା। ଡିସେମ୍ବର ୬, ରାତି ପ୍ରାୟ ୭ଟା ସମୟରେ ସେ ଜଣେ ବ୍ୟକ୍ତିଙ୍କଠାରୁ ଏକ କଲ୍‌ ପାଇଥିଲେ ଯିଏ ନିଜକୁ ଇନ୍ଦିରାନଗରର ଏକ ଫର୍ନିଚର ଦୋକାନର ମାଲିକ ରୋହିତ ଶର୍ମା ବୋଲି ପରିଚିତ ଦେଇଥିଲେ। ସେ ଆଦିଶଙ୍କୁ କହିଥିଲେ ଯେ ସେ OLX ରେ ଏହି ପୋଷ୍ଟ୍‌ ଦେଖିଛନ୍ତି ଏବଂ ବେଡ୍ କିଣିବାକୁ ଆଗ୍ରହୀ ଅଛନ୍ତି।

Advertisment

ରୋହିତ ଶର୍ମା ବେଡ୍‌ର ମୂଲ୍ୟ ବିଷୟରେ ଆଲୋଚନା କରିବା ପରେ ଆଦିଶଙ୍କୁ କହିଥିଲେ ଯେ ସେ ଡିଜିଟାଲ୍ ପେମେଣ୍ଟ୍‌ ଆପ୍ ମାଧ୍ୟମରେ ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବେ। ଏକ ମିନିଟ୍ ପରେ ଶର୍ମା କହିଥିଲେ ଯେ ସେ ତାଙ୍କ ୟୁପିଆଇ ଆଇଡିରେ ଟଙ୍କା ପଠାଇବାରେ ସକ୍ଷମ ହେଇପାରୁ ନାହାନ୍ତି।

ରୋହିତ ଶର୍ମା ପ୍ରଥମେ ଆଦିଶଙ୍କୁ ତାଙ୍କୁ ୫ ଟଙ୍କା ପଠାଇବାକୁ କହିଥିଲେ ଯାହା ଦ୍ୱାରା ସେ ତାଙ୍କୁ ପେମେଣ୍ଟ୍ କରିପାରିବେ। ଶର୍ମା ଦେଇଥିବା ୟୁପିଆଇ ଆଇଡିରେ ଆଦିଶ ୧୦ଟଙ୍କା ପଠାଇଥିଲେ। ଏହାର ପ୍ରତିବଦଳରେ ଶର୍ମା ତାଙ୍କୁ ୧୦ ଟଙ୍କା ପଠାଇଥିଲେ। ପରେ ଶର୍ମା ପୁଣିଥରେ ଆଦିଶଙ୍କୁ କହିଥିଲେ ଯେ ସେ ପେମେଣ୍ଟ୍ ଦେବାକୁ ଅସମର୍ଥ ହେଉଛନ୍ତି ଏବଂ ତାଙ୍କୁ ୫୦୦୦ ଟଙ୍କା ପଠାଇବାକୁ କହିଥିଲେ।

Advertisment

ଟଙ୍କା ପାଇବା ପରେ ଶର୍ମା ୧୦,୦୦୦ ଟଙ୍କା ଫେରସ୍ତ କରିଥିଲେ। ଶର୍ମା ଏହା ପରେ ଆଦିଶଙ୍କୁ ୭,୫୦୦ ଟଙ୍କା ପଠାଇବାକୁ କହିଥିଲେ ଏବଂ ସେ ତାଙ୍କୁ ୧୫,୦୦୦ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ। ଆଦିଶ ଟଙ୍କା ପଠାଇଲେ। ଏହା ପରେ ଶର୍ମା ଦାବି କରିଥିଲେ ଯେ ସେ ଭୁଲରେ ତାଙ୍କ ଆକାଉଣ୍ଟକୁ ୩୦,୦୦୦ ଟଙ୍କା ପଠାଇଦେଇଛନ୍ତି ଏବଂ ଏକ ଲିଙ୍କରେ କ୍ଲିକ୍ କରି ଓଟିପି ଶେୟାର କରି ଆଦିଶଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ।

ଏହି ଘଟଣା ପରେ ଆଦିଶଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି ହେବାକୁ ଲାଗିଲା। ଆଦିଶ କହିଛନ୍ତି ଯେ ଶର୍ମା କ୍ରମାଗତ ଭାବରେ ଲିଙ୍କ୍‌ ପଠାଉଥିଲେ ଏବଂ ତାଙ୍କୁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଥିଲେ। କିଛି ବୈଷୟିକ ସମସ୍ୟା ଦର୍ଶାଇ ସେ ତାଙ୍କୁ ଟଙ୍କା ପଠାଉ ନ ଥିଲେ।

ଏହାକି ନେଇ ଆଦିଶ କହିଛନ୍ତି ଯେ “ମୁଁ ଭାବିଲି ସେ ଜଣେ ବ୍ୟବସାୟୀ ଯିଏ ଅନ୍‌ଲାଇନ୍ ପେମେଣ୍ଟ ବିଷୟରେ କମ ଜାଣନ୍ତି। ଯେତେବେଳେ IMPS ଟ୍ରାନ୍ସଫର ମାଧ୍ୟମରେ ମୋ ଆକାଉଣ୍ଟରୁ ଟଙ୍କା ଖାଲି ହେବାକୁ ଲାଗିଲା, ମୁଁ ଏହାକୁ ଫେରସ୍ତ କରିବାକୁ କହିଲି। ଶର୍ମା ମୋତେ କହିଥିଲେ ଯେ ସେ ମୋ ଟଙ୍କା ଫେରସ୍ତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ମୁଁ ତାଙ୍କୁ ଟଙ୍କା ପଠାଇବାରେ ଲାଗିଲି। ଏହା ପରେ ଶର୍ମା ମୋତେ ଆଉ ଏକ ଆକାଉଣ୍ଟ ନମ୍ବର ଦେଇଥିଲେ। ଦୁଇଥର ମୁଁ ୧୫ ଲକ୍ଷ ଟଙ୍କା ପଠାଇଲି ଏବଂ ଥରେ ୩୦ ଲକ୍ଷ ଟଙ୍କା ପଠାଇଲି।” ମୋଟ ଉପରେ, ଡିସେମ୍ବର ୬ ରାତି ୯ ରୁ ୮ ଡିସେମ୍ବର ରାତି ୯ ଟା ମଧ୍ୟରେ ମୁଁ ୬୮.୬ ଲକ୍ଷ ଟଙ୍କା ହରେଇଛି।

Loot Cyber Fraud Online Loot Wildlife Products On OLX
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ