ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Bengaluru Horror

ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି । ସତ୍ୟରଞ୍ଜନଙ୍କ ପାଖରେ ହିଁ ହତ୍ୟା ପରେ ଲୁଚିଥିଲା ଅଭିଯୁକ୍ତ । ଆଉ ସେ ସମୟରେ ସବୁ କଥା କହିଥିଲା ।

ମହାଲକ୍ଷ୍ମୀଙ୍କ ସହ ମୁକ୍ତିରଞ୍ଜନଙ୍କ ଦୀର୍ଘ ଦିନ ଧରି ଥିଲା ପ୍ରେମ ସମ୍ପର୍କ । ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଟଙ୍କା ଓ ସୁନାକୁ ନେଇ ଉଭୟଙ୍କ ସମ୍ପର୍କ ତିକ୍ତ ହେବାକୁ ଲାଗିଥିଲା । ଏହାକୁ ନେଇ ପାଟିତୁଣ୍ଡ ହେବା ସହ ମହାଲକ୍ଷ୍ମୀଙ୍କୁ ଧରି ମୁକ୍ତିରଞ୍ଜନ କେରଳ ବାହାରି ଯାଇଥିଲା ।

ହେଲେ ବାଟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଅଟକାଇବା ସହ ପୋଲିସ୍ କୁ ଖବର ଦେଇଥିଲେ । ସେଠି ମୁକ୍ତିରଞ୍ଜନକୁ ପୋଲିସ୍ ମାଡ଼ ମାରିଥିବା କଥା ବି ତାଙ୍କ ଭାଇ କହିଛନ୍ତି । ପରେ ବେଙ୍ଗାଲୁରୁ ଫେରିବା ପରେ ବିବାଦ ଅଧିକ ବଢ଼ିବାରେ ଲାଗିଥିଲା । କଥା କଟାକଟି ଓ ପରେ ପାଟିତୁଣ୍ଡ ହୋଇଥିଲା ଉଭୟଙ୍କ ମଧ୍ୟରେ ।

ଏନେଇ ରାଗି ଯାଇ ମହାଲକ୍ଷ୍ମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ହତ୍ୟା ପରେ ମୃତଦେହକୁ ଫ୍ୟାନ୍ ରେ ଝୁଲାଇବାକୁ ଚେଷ୍ଟା କରିଥିଲା । ହେଲେ ତାହା ସମ୍ଭବ ନହେବାରୁ ଶେଷରେ ଘରେ ଥିବା ଛୁରୀରେ ମହାଲକ୍ଷ୍ମୀଙ୍କ ଶରୀରକୁ କାଟିଥିଲା । ୫୯ ଖଣ୍ଡ କରି କାଟିବା ପରେ ଫ୍ରିଜ୍ ରେ ରଖିଥିଲା । ସେଠୁ ଫେରାର ହୋଇ ସିଧା ବ୍ରହ୍ମପୁରକୁ ଆସିଥିଲା ।

ସାନଭାଇ ସତ୍ୟରଞ୍ଜନ ରାୟଙ୍କ ପାଖରେ ଯାଇ ସବୁ କଥା କହିଥିଲା । ଏହାପରେ ଗତକାଲି ହିଁ ସେଠୁ ଭଦ୍ରକ ଗାଁକୁ ଯାଇଥିଲା ଅଭିଯୁକ୍ତ ମୁକ୍ତିରଞ୍ଜନ । ସୂଚନାଯୋଗ୍ୟ, ଗତକାଲି ସକାଳେ ମୁକ୍ତିକାନ୍ତଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । କୁଳେଇପଦା ଶ୍ମଶାନ ନିକଟରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଭଦ୍ରକ ପୋଲିସ ।

ମୁକ୍ତିକାନ୍ତ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ଗତ ରବିବାର ଦିନ ବେଙ୍ଗାଲୁରୁର ବ୍ୟାଲିକାବଲା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା । ଏହି ଚର୍ଚ୍ଚିତ ହତ୍ୟା ଘଟଣାକୁ ନେଇ ବେଙ୍ଗାଲୁରୁ ପୋଲିସର ଖୋଳତାଡ଼ ପରେ ଅଭିଯୁକ୍ତ ଓଡ଼ିଶାର ବୋଲି ଜଣାପଡ଼ିଥିଲା ।

ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା ଓ କାହିଁକି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ବେଙ୍ଗାଲୁରୁରେ ଦୀର୍ଘ ବର୍ଷ ଧରି ରହୁଥିଲେ ମୁକ୍ତିରଞ୍ଜନ ରାୟ । ଏକ କପଡ଼ା ରିଟେଲ୍ ଷ୍ଟୋର୍ ରେ ମ୍ୟାନେଜର୍ ଥିଲେ ମୁକ୍ତି ଓ ସେହି ଷ୍ଟୋର୍ ରେ ଥିଲେ ମହାଲକ୍ଷ୍ମୀ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ହେଲେ ମହାଲକ୍ଷ୍ମୀ ପୂର୍ବରୁ ବିବାହିତ ଥିବା ପରେ ଜଣାପଡ଼ିଥିଲା । ବିବାହ ପରେ ବିବାଦ ଦେଖାଦେବା ପରେ ମୁକ୍ତିରଞ୍ଜନଙ୍କ ସହ ସମ୍ପର୍କ ଗଢ଼ିଥଲା । ମୁକ୍ତିକାନ୍ତଙ୍କ ସହ କିଛି ବର୍ଷ ରହିବା ପରେ ଅନ୍ୟ ଜଣେ ଯୁବକ ଏଣ୍ଟ୍ରି ମାରିଥିଲା ମହାଲକ୍ଷ୍ମୀଙ୍କ ଜୀବନରେ । ଏବଂ ପରେ ଝଗଡ଼ା ଅଧିକ ବଢ଼ିଥିଲା ।

ଏହା ଧିରେ ଧିରେ ତିକ୍ତତା ଆଡ଼କୁ ଯିବା ସହ ସମ୍ପର୍କ ବିଗିଡ଼ିଥିଲା । ଘଟଣାକୁ ନେଇ ଉଭୟଙ୍କ ବିବାଦ ଶନିବାର ଦିନ ରାତିରେ ଚରମ ସୀମାରେ ପହଞ୍ଚିବା ପରେ ହତ୍ୟାକାଣ୍ଡ ଘଟିଥିବା ବେଙ୍ଗାଲୁରୁ ପୋଲିସ୍ ସନ୍ଦେହ ପ୍ରକାଶ କରୁଛି । ମହାଲକ୍ଷ୍ମୀଙ୍କୁ ରୁମ୍ ରେ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଅତି ନିର୍ମମ ଭାବେ ୫୯ ଖଣ୍ତ କରିଥିଲା ।