Advertisment

ହିତାଧିକାରୀଙ୍କ ଅର୍ଥ ସ୍ୱାହା, ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ, ଅନ୍ୟ ବ୍ୟାଙ୍କରୁ ଟଙ୍କା ହଡ଼ପ !

ପିଏମ୍ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ । ଶ୍ରମିକ କାର୍ଡ କରିବାକୁ କହି ଆକାଉଣ୍ଟ ଖୋଲି ଟଙ୍କା ହଡପ ଅଭିଯୋଗ ।

ଅଦ୍ୟତନ ହୋଇଛି
Bank Fraud

Bank Fraud

Advertisment

ସରକାରୀ ଯୋଜନା ଟଙ୍କା ହରିଲୁଟ୍। ହିତାଧିକାରୀଙ୍କ ଆକାଉଣ୍ଟରୁ ଚଞ୍ଚକତା କରି ଟଙ୍କା ହଡପ। ପିଏମ୍ ଆବାସ ଅର୍ଥରାଶି ଆତ୍ମସାତ ଅଭିଯୋଗ। ଟଙ୍କା ଉଠାଇ ଖାଇଗଲା ମିଡିଲ୍ ମ୍ୟାନ୍। ଲେବର୍ କାର୍ଡ କରିଦେବ କହି ହିତାଧିକାରୀଙ୍କ ଅଜାଣତରେ ଆକାଉଣ୍ଟ ଓ ଏଟିଏମ୍ ଖୋଲି ନେଇଗଲା ଟଙ୍କା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରୁ ଏମିତି ଅଭିଯୋଗର ତଦନାଘନା ତଦନ୍ତ କରୁଛି ପ୍ରଶାସନ।

Advertisment

ଆମେ କହୁଛୁ ମାଠପଡ଼ା ପଞ୍ଚାୟତ ଅଣ୍ଡରି ଗାଁର ବୁଦାଇ ଗାଦବାଙ୍କ କଥା । ପିଏମ୍ ଆବାସ ଯୋଜନାରେ ଘର ପାଇଥିଲେ। କିନ୍ତୁ ସହାୟତା ରାଶି ମିଳିଲା ନାହିଁ। ସେହିପରି ଆଉ ଜଣେ ହିତାଧିକାରୀ ଲଇଛନ ଗାଦବା। ଘର ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ଟଙ୍କା ପାଉ ନଥିଲେ । ପଞ୍ଚାୟତ ଅଫିସରେ ପଚାରିବାରୁ ସାମନାକୁ ଆସିଥିଲା ସତ। ସରକାରୀ ସହାୟତା ଆସିଛି ଓ ଏଟିଏମରେ ଉଠାଯାଇଛି ଜାଣିବାକୁ ପାଇଥିଲେ।

ସେମାନଙ୍କ ପାଖରେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ କାନାରା ବ୍ୟାଙ୍କ ଏଟିଏମରେ ଉଠାଣ ହୋଇଥିଲା। ଧଳପୁର ଗାଁର ଚନ୍ଦ୍ରଶେଖର ରଥଙ୍କ ନାଁରେ ସେମାନେ ଅଭିଯୋଗ କରିଛନ୍ତି।

Advertisment

ମାଠପଡ଼ା ପଞ୍ଚାୟତର ଅଣ୍ଡରି ସମେତ ମୂଷାପଦର ଓ ନିଷିକା ଗାଁର ଅନେକ ହିତାଧିକାରୀଙ୍କୁ ଚନ୍ଦ୍ରଶେଖର ରଥ ଚୂନ ଲଗାଇଥିବା ଅଭିଯୋଗ ହୋଇଛି। କାହାର ପିଏମ୍ ଆବାସ ତ ଆଉ କାହାର କିଷାନ ଯୋଜନା ଟଙ୍କା। ପୁଣି ବାର୍ଦ୍ଧକ୍ୟ ଭତ୍ତା ବି ହଡପ କରିଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ହିତାଧିକାରୀଙ୍କ ପାଖରେ ଅଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଆକାଉଣ୍ଟ। କିନ୍ତୁ ଟଙ୍କା ଜୟପୁର ସ୍ଥିତ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରୁ ଉଠାଯାଇଛି। ଯାହାର ପାସବୁକ୍ କି ଏଟିଏମ୍ ହିତାଧିକାରୀଙ୍କ ପାଖରେ ନାହିଁ।

ପ୍ରଶ୍ନ ଉଠୁଛି, ହିତାଧିକାରୀଙ୍କ ଅଜାଣତରେ ଆକାଉଣ୍ଟ ଖୋଲାଗଲା କେମିତି ? ସେସବୁ ଆକାଉଣ୍ଟକୁ ସରକାରୀ ଯୋଜନା ସହ ଲିଙ୍କ ହେଲା କିଭଳି ? କାହା ପାଖରେ ଥିଲା ଏଟିଏମ୍ ? ମୋବାଇଲ୍ ଲିଙ୍କ କେଉଁ ନମ୍ବରରେ ହୋଇଥିଲା ? ଏଭଳି ଚଞ୍ଚକତା ପଛରେ ଜଣେ ନା ଏକାଧିକ ଲୋକଙ୍କ ସଂପୃକ୍ତି ରହଛି ? ହିତାଧିକାରୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ବୈପାରିଗୁଡ଼ା ଥାନାରେ ଅଭିଯୋଗ ବି କରିଛନ୍ତି। ଜୟପୁର ଉପଜିଲ୍ଲାପାଳ କହିଛନ୍ତି, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ କଥା ହେବେ । ପୁଙ୍ଖାନୁପୁଙ୍ଖ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ