Advertisment

ବାହା ବେଦୀକୁ ନୁହେଁ ସିଧା ଥାନାକୁ ଗଲା ବର, ବାହାଘର ପୂର୍ବରୁ ଉଠାଇ ନେଲା ପୋଲିସ୍‌...

ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍‌।

ଅଦ୍ୟତନ ହୋଇଛି
Bargarh police arrests groom before marriage

Bargarh police arrests groom before marriage

Advertisment

ମ୍ୟୁଜିକ୍‌ର ତାଳେ ତାଳେ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ। ଏପରିକି ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍‌। ବାହା ବେଦୀକୁ ଯିବା ପୂର୍ବରୁ ସିଧା ଥାନାକୁ ଗଲା ବର। ଗତକାଲି ବରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି। ଯାହାକୁ ନେଇ ଏବେ ଚାଞ୍ଚଲ୍ୟ। 

Advertisment

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣି ଗେଙ୍ଗୁଟିଆ ଗାଁର ଅଜିତ କୁମାର ଭୋଇଙ୍କ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବେହେରା ପାଲି ଗାଁରେ ବିବାହ ସ୍ଥିର ହୋଇଥିଲା। ଅଜିତ ଭୁବନେଶ୍ୱବରରେ ଜେଇ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୨ ବର୍ଷ ହେବ ଭୁବନେଶ୍ଵରର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସମ୍ପୃକ୍ତ ଯୁବତୀଙ୍କୁ ଠକି ଅନ୍ୟତ୍ର ବିବାହ ପାଇଁ ଅଜିତ ନିଷ୍ପତ୍ତି ନେଇଥିଲେ। କିଛିଦିନ ପୂର୍ବରୁ ଯୁବତୀ ଜଣକ ଅଜିତଙ୍କ ନାଁରେ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ଓ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। 

ପରେ ଅଜିତ ଅନ୍ୟତ୍ର ବିବାହ କରୁଥିବା ଜାଣି ଯୁବତୀ ଜଣକ ପୁଣି ଥାନାରେ ଅଭିଯୋଗ କରିଥିଲେ। ବରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଭଟଲି ପୋଲିସ୍‌ର ମିଳିତ ସହଯୋଗରେ ଗତକାଲି  ବିବାହ ଚାଲିଥିବା ସ୍ଥାନରେ ପହଞ୍ଚି ଥିଲା। ଏହି ସମୟରେ ମ୍ୟୁଜିକ୍‌ର ତାଳେ ତାଳେ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ। ଏପରିକି ବାଟବରଣୀ ମଧ୍ୟ ସରିଥିଲା। ହେଲେ ବିବାହା ଆରମ୍ଭ ପୂର୍ବରୁ ପୋଲିସ୍‌ ପହଞ୍ଚି ଅଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପୋଲିସ୍‌ ଅଜିତଙ୍କ ପାଖରୁ ବାଟ ବରଣୀ ସମୟରେ ମିଳିଥିବା ସୁନା ଚେନ୍ ,ମୁଦି ,ହାତ ଘଣ୍ଟା ଜବତ କରି କନ୍ୟା ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ