Advertisment

ବାର୍ ଗାର୍ଲଙ୍କୁ ଅଟକ ରଖି ମାଲିକ ଓ ଏଜେଣ୍ଟ ଗିରଫ

ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ଗିରଫ । ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କଲା ଧଉଳି ପୋଲିସ ।

ଅଦ୍ୟତନ ହୋଇଛି
Bar Owner

Bar Owner

Advertisment

ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଅଭିଯୋଗରେ ମାଲିକ ଗିରଫ। ଧଉଳି ଥାନା ଅଞ୍ଚଳରେ ଥିବା ବାର ମାଲିକ ଓ ତାଙ୍କ ଏଜେଣ୍ଟକୁ ଗିରଫ କଲା ପୋଲିସ। ଗିରଫ ଦୁଇ ଜଣ ହେଲେ ଶିବ ପ୍ରାସାଦ ମଲ୍ଲିକ ଓ ଜ୍ୟୋତି ପ୍ରକାଶ ନାୟକ। ଅଭିଯୋଗ ହୋଇଛି, ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିଲେ। ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କରିଛି ଧଉଳି ପୋଲିସ।

Advertisment

ସେମାନଙ୍କୁ ଇଚ୍ଛା ବିରୋଧରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ ପାଇଁ କହିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ କମିଶନରେଟ ପୋଲିସର ହର ଟିମକୁ ଜଣାଇଥିଲେ। ପୋଲିସ ଓ ହର୍ ଟିମ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଧଉଳି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ