Advertisment

ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କ ରଖିବାରୁ ସହକର୍ମୀଙ୍କୁ ବିଭତ୍ସ ହତ୍ୟା

ସାଫି ଗୋଟିଏ ପଥରରେ ମୁଣ୍ଡକୁ ଛେଚି ସନ୍ଦେଶ ପାଟିଲଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ରେଲୱେ ଟ୍ରାକ୍‌ ନିକଟରେ ପିଙ୍ଗିଦେଇ ଚାଲିଯାଇଥିଲା

ଅଦ୍ୟତନ ହୋଇଛି
Banker kills another staffer who was in relationship with his ex girlfriend

Banker kills another staffer who was in relationship with his ex girlfriend

Advertisment

ପୂର୍ବ ପ୍ରେମିକା ସହ ସମ୍ପର୍କ ରଖିବାରୁ ବ୍ୟାଙ୍କ କର୍ମଚାରୀକୁ ହତ୍ୟା କଲା ପ୍ରେମିକ। ଏଭଳି ଘଟଣା ଘଟିଛି ମୁମ୍ବାଇର ବୋରିବଲୀ ଅଞ୍ଚଳରେ। ବ୍ୟାଙ୍କ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁକୁ ମାତ୍ର ୧୨ ଘଣ୍ଟାରେ ପର୍ଦ୍ଦାଫାଶ କଲା ବୋରିବଲୀ ଜିଆରପି। ଡିସିପି ସନ୍ଦୀପ ଭାଜିଭାକ୍ରେ ଓ ଇନ୍ସପେକ୍ଟର ଅନିଲ କଦମଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଅଭିଯୁକ୍ତ ଚୁତନ ସାଫିକୁ ଧରିବାରେ ସଫଳ ହୋଇଛନ୍ତି।

Advertisment

ପୋଲିସର କହିବାନୁସାରେ, ରେଳଟ୍ରାକ୍‌ରେ ଏକ ମୃତଦେହ ପଡିଥିବା ନେଇ ଖବର ପାଇବା ମାତ୍ରେ ଆମର ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ରାମମନ୍ଦିର ରେଲୱେ ଷ୍ଟେସନ ନିକଟରେ ଥିବା ରେଲୱେ ଟ୍ରାକ୍‌ରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲୋ। ଆମକୁ ମୃତ ବ୍ୟକ୍ତିର ୱାଲେଟ୍‌ ଓ ଆଇଡି କାର୍ଡ ମିଳିଥିଲା। ସେ ଏକ ବହୁ ରାଷ୍ଟ୍ରିୟ ବ୍ୟାଙ୍କ୍‌ରେ କାମ କରୁଥିବା ଜାଣିବାକୁ ପାଇଥିଲେ। ଆମ ଟିମ୍‌ ବ୍ୟାଙ୍କକୁ ଯାଇ ଅଧିକ ବିବରଣୀ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ସିସିଟିଭି ଫୁଟେଜ୍‌ ଓ ଅନ୍ୟର ବୟାନକୁ ଭିତ୍ତିକରି ଅଭିଯୁକ୍ତ ପାଖରେ ପହଞ୍ଚିପାରିଥିଲା ତଦନ୍ତକାରୀ ଟିମ୍‌। ହତ୍ୟା କରିଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି। 

ତଦନ୍ତରୁ ଜଣାପଡ଼ିଛି, ସାଫି ଓ ସନ୍ଦେଶ ଉଭୟେ ଗୋଟିଏ ବ୍ୟାଙ୍କ୍‌ରେ କାମ କରୁଥିଲେ। ୨୫ ବର୍ଷିୟ ଯୁବତୀଙ୍କ ସହ ସାଫିଙ୍କ ପ୍ରେମ ସମ୍ପର୍କ ଥିଲା। ହେଲେ ଗତ ୬ ମାସ ପୂର୍ବରୁ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ହେଲେ ସନ୍ଦେଶ ସେହି ଝିଅ ସହ ପ୍ରେମ ସମ୍ପର୍କ ଥିବା ସାଫି ଜାଣିବାକୁ ପାଇଥିଲା। 

Advertisment

ତେବେ ସନ୍ଦେଶକୁ ହତ୍ୟା କରିବାକୁ ଯୋଜନା କରିବାକୁ ଯାଇ ସାଫି ରେଲୱେ ଟ୍ରାକ୍‌କୁ କଥା ହେବା ପାଇଁ ଡାକିଥିଲା। ରେଳ ଟ୍ରାକ୍‌କୁ ଆସିବା ପରେ ସନ୍ଦେଶକୁ ସାଫିକୁ ଏକ ପଥରରେ ମୁଣ୍ଡକୁ ଆଘାତ କରିଥିଲେ। ସନ୍ଦେଶ ତଳେ ପଡିଯିବା ପରେ ସାଫି ତାଙ୍କ ମୁଣ୍ଡକୁ ଛେଚି ଚାଲିଥିଲା। ହେଲେ ଘଟଣାସ୍ଥଳରେ ମୋବାଇଲକୁ ଛାଡି ଦେଇ ଚାଲିଯାଇଥିଲା, ଯାହା ଅଭିଯୁକ୍ତକୁ ଧରିବାରେ ସହଜ କରିଦେଇଥିଲା।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ