Advertisment

ପ୍ଲାସ ଧରି ମାଡି ଆସିଲେ ମହିଳା ମ୍ୟାନେଜର, ଛୁରୀ ଫିଙ୍ଗି ଧାଇଁଲା ଦୁର୍ବୃତ୍ତ

ବିପଦ ଅତିର୍କିତ ଆସେ। ହଠାତ୍‌ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।

ଅଦ୍ୟତନ ହୋଇଛି
bank robbery failed

bank robbery failed

Advertisment

ବିପଦ ଅତିର୍କିତ ଆସେ। ହଠାତ୍‌ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ । ବିପଦ ଜିତେ ଆଉ ମଣିଷ ହାରେ। ହେଲେ ସାମାନ୍ୟ ସାହସ ଥିଲେ ବଡ ବଡ ବିପଦ ବି ବାଟ ଭାଙ୍ଗି ଚାଲିଯାଏ । ସେଥିପାଇଁ ତ ଛୋଟ ବେଳୁ ଆମେ ପ୍ରାର୍ଥନାରେ କହିଥାଉ, .ଚୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହାସ ଶକତି..’। କାରଣ ଅସ୍ତ୍ରଧାରୀ ମଣିଷ ସହ ଲଢିବାକୁ ହେଲେ ଅସ୍ତ୍ର ନୁହେଁ କେବଳ ସାହାସ ହିଁ ଦରକାର। ଏହାର ଏକ ଜ୍ୱଳନ୍ତ ଉଦାହରଣ ଆମେ ଆପଣଙ୍କୁ ଦେବୁ। ନିକଟରେ ରାଜସ୍ଥାନର ସରହଦୀ ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା।

Advertisment

ଶନିବାର ଶ୍ରୀ ଗଙ୍ଗାନଗରରେ ଥିବା ଏକ ବ୍ୟାଙ୍କରେ ଲୁଟ୍‌ ଉଦ୍ୟମ ହୋଇଥିଲା। ଶନିବାର ଅପରାହ୍ନରେ ଜବାହର ନଗର ଥାନା ଅଞ୍ଚଳରେ ଥିବା ମରୁଧରା ବ୍ୟାଙ୍କ ଭିତରକୁ ଜଣେ ଦୁର୍ବୃତ୍ତ ପଶି ଆସିଥିଲେ। ଛୁରୀ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ଲୁଟ ଉଦ୍ୟମ କରୁଥିଲା। ହେଲେ ବ୍ୟାଙ୍କର ମ୍ୟାନେଜର ପୁନମ ଗୁପ୍ତା ତାଙ୍କ ଉଦ୍ଦେଶ୍ୟକୁ ପଣ୍ଡ କରି ଦେଇଥିଲେ। ମହିଳା ମ୍ୟାନଜରଙ୍କୁ ଦେଖି ଦୁର୍ବୃତ୍ତ ଛୁରୀ ଧରି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ। ହେଲେ ସେ ଜାଣି ନ ଥିଲେ ମହିଳାଙ୍କ ସହ ଲଡିବା ଏତେ ଦୁଃସାଧ୍ୟ ବୋଲି। ପୁନମଙ୍କ ସାହସ ଦେଖି ଅନ୍ୟ କର୍ମଚାରୀମାନେ ଏକାଠି ହୋଇ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଫଳରେ ଦୁର୍ବୃତ୍ତ ଖସି ପଳାଇବାକୁ ବାଟ ପାଇ ନ ଥିଲା।

ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମହିଳା କର୍ମଚାରୀ ବ୍ୟାଙ୍କ ଡକାୟତି ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ଲିପ୍‌ରେ ଦେଖିବାକୁ ମିଳିଛି, ବ୍ୟାଙ୍କ ମ୍ୟାନେଜର ପ୍ଲାସ୍‌ ଉଠାଇ ଛୁରି ଧରିଥିବା ଦୁର୍ବୃତ୍ତଙ୍କ ଆଡକୁ ମାଡ଼ି ଆସୁଛନ୍ତି। ମହିଳାଜଣକ ବ୍ୟାଙ୍କର ଶାଖା ପ୍ରବନ୍ଧକ ବୋଲି ଜଣାପଡ଼ିଛି। ପୋଲିସ କହିବା ଅନୁଯାୟୀ, ମୁଖାପିନ୍ଧା ଆକ୍ରମଣକାରୀ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି ଏବଂ ତାଙ୍କ ନାଁ ଲବିଶ ଅରାଡ ବୋଲି କୁହାଯାଇଛି।

Advertisment

ସିସିଟିଭି ଫୁଟେଜରୁ ଜଣାଯାଇଛି, ଲୁଟେରା ଜଣକ ଏକ ବ୍ୟାଗ ନେଇ ଆସୁଛି। ଦ୍ୱାର ମୁହଁରେ ବ୍ୟାଗକୁ ରଖି ଦେଇ ଭିତରକୁ ପ୍ରବେଶ କରୁଛନ୍ତି। ଅନ୍ୟଏକ କ୍ଲିପରେ ଦେଖିବାକୁ ମିଳିଛି, ଦୁର୍ବୃତ୍ତ ଜଣକ କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ପାଟି ଶୁଣି ବ୍ୟାଙ୍କ ମ୍ୟାନେଜର ଗୁପ୍ତା ନିଜ କ୍ୟାବିନରୁ ବାହାରି ଆସୁଛନ୍ତି ଏବଂ ଆକ୍ରମଣକାରୀକୁ ସାମ୍ନା କରୁଛନ୍ତି । ଦୁର୍ବୃତ୍ତ ଛୁରୀ ଦେଖାଇ ଟଙ୍କା ମାଗୁଛି। ଜଣେ କର୍ମଚାରୀଙ୍କୁ ବ୍ୟାଗରେ ଟଙ୍କା ଭର୍ତ୍ତି କରିବାକୁ ବାଧ୍ୟ କରୁଛି। ଏହି ସମୟରେ ଦୁର୍ବୃତ୍ତର ପକେଟରୁ ଖସିପଡ଼ୁଛି ଏକ ପ୍ଲାସ୍‌।

ବାସ୍‌, ଏହାକୁ ଏକ ସୁଯୋଗ ଭାବେ ନେଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସେ ତୁରନ୍ତ ଏହି ପ୍ଲାସ୍‌ଟି ଉଠାଇ ନେଉଛନ୍ତି ଏବଂ ଏହି ପ୍ଲାସକୁ ଦେଖାଇ ଦୁର୍ବୃତ୍ତଙ୍କୁ ମୁକାବିଲା କରୁଛନ୍ତି। ମ୍ୟାନେଜରଙ୍କ ସାହସକୁ ଦେଖି ଦୁର୍ବୃତ୍ତ ଦୌଡି ପଳାଉଛି। ଏହା ପରେ ବ୍ୟାଙ୍କର ଦରଜା ବନ୍ଦ କରି ଦିଆଯାଉଛି। ଅଭିଯୁକ୍ତ ସ୍ଥାନୀୟ ଗଙ୍ଗାନଗରର ଦାବଡା କଲୋନୀର ବାସିନ୍ଦା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ପଚରା ଉଚରା କରୁଛି। ଯାହା ବି ହେଉ, ଯଦି ମ୍ୟାନେଜର ଅନ୍ୟମାନଙ୍କ ପରି ଡରି ଯାଇଥାନ୍ତେ ତେବେ ହୁଏତ ନିଜ ଚାମ୍ବରରେ ଲୁଚି ରହିଥାନ୍ତେ। କିନ୍ତୁ ତାଙ୍କ ସାହାସ ପାଖରେ ହାର ମାନି ଯାଇଥିଲା ଦୁର୍ବୃତ୍ତ। ସାମାନ୍ୟ ସାହାସ ପାଇଁ ବ୍ୟାଙ୍କରେ ଥିବା ୩୦ ଲକ୍ଷ ଟଙ୍କା ରହି ଯାଇଥିଲା।

Advertisment
Bank Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ