Advertisment

ଛଦ୍ମବେଶୀ ଚୋର... ମୁଣ୍ଡରେ ନଥିଲା ଚୁଟି, ୱିଗ୍‌ ଲଗାଇ କରୁଥିଲା ଚୋରି

ଅଭିଯୁକ୍ତ ଆସାମର ହୋଜାଇ ବିମାନବନ୍ଦରରୁ ଫ୍ଲାଇଟ ଧରି ଥାନେ ଆସୁଥିଲା। ଏଠାରେ ଭଡା ଘର ନେଇ ରହିବା ସହ ଚୋରି କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଥିଲା। ଏହାପରେ ସେଠାରୁ ଚୋରି କରି ପୁଣି ଫ୍ଲାଇଟରେ ଗାଁକୁ ପଳାଇ ଆସୁଥିଲା।

ଅଦ୍ୟତନ ହୋଇଛି
assam loot case

Wig

Advertisment

ଚୋର ଚୋରି କରିବା ପାଇଁ ଅନେକ ନୂଆ ତରିକା ଖୋଜି ବାହାର କରୁଛନ୍ତି। କେତେବେଳେ ପୋଲିସକୁ ଚକମା ଦେବା ପାଇଁ ପ୍ରମାଣ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ସିସିଟିଭି ଅଛି ଜାଣି ସେହି ହିସାବରେ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ତେବେ ମହାରାଷ୍ଟ୍ରର ଥାନେ ପୋଲିସ ଜଣେ ଚାଲାକ୍ ଚୋରକୁ ଗିରଫ କରିଛି। ଯିଏ ମୁଣ୍ଡରେ ନକଲି ଚୁଟି ଲଗାଇ ଚୋରି କରିବା ପରେ ବାହାରେ ଖୁଲମଖୁଲା ବୁଲୁଥିଲା। ନକଲି ଚୁଟି ବା ୱିଗ୍ କାରଣରୁ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲା।

Advertisment

ପ୍ରକୃତରେ ଚାଲାକ ଚୋର ଚନ୍ଦା। ଏହାର ଫାଇଦା ନେଇ ସେ ନକଲି ଚୁଟି ଲାଗାଇ ରୂପ ବଦଳାଏ ଓ ଚୋରି କରେ। ଫଳରେ ତାକୁ ଚିହ୍ନିବାରେ ପୋଲିସକୁ ଅସୁବିଧା ଭୋଗିବାକୁ ପଡେ। ଚୋରି କରିବା ପରେ ସେ ଉଡାଜାହାଜ ଯୋଗେ ଗାଁକୁ ପଳାଉଥିଲା। ଘଟଣାର ତଦନ୍ତ ପରେ ଥାନେ କ୍ରାଇମବ୍ରାଞ୍ଚ ଆସାମରୁ ଅଭିଯୁକ୍ତ ମହମ୍ମଦ ମଲିକ ଇସଲାମକୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ, ମୁମ୍ୱାଇ, ନାଭି ମୁମ୍ବାଇ ଏବଂ ଥାନେର ଅନେକ ଅଂଚଳରୁ ଅଭିଯୁକ୍ତ ଚୋରି କରିଛି। ନିଛାଟିଆ ଓ ବନ୍ଦ ଘରକୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ। ମହମ୍ମଦର ପ୍ରକୃତ ଘର ଆସାମରେ। କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ ଅଭିଯୁକ୍ତ ଥାନେ ଜିଲ୍ଲାରେ ୧୯ଟି, ନାଭି ମୁମ୍ବାଇରେ ୨ଟି ଏବଂ ମୁମ୍ବାଇରେ ଗୋଟିଏ ଘରୁ ଡକାୟତି କରିଛି। ଏହି ଅଭିଯୁକ୍ତ ପୋଲିସକୁ ଚକମା ଦେବା ପାଇଁ ମୁଣ୍ଡରେ ନକଲି କେଶ ଲଗାଇ ପରିଚୟ ବଦଳାଉଥିଲା। ଚୋରି କରିବା ସମୟରେ ସେ ନକଲି କେଶ ପିନ୍ଧୁଥିଲା ଯାହାଫଳରେ କେହି ତାଙ୍କୁ ଚିହ୍ନି ପାରିବେ ନାହିଁ ।

Advertisment

ମୁମ୍ବାଇ ଥାନେ କ୍ରାଇମବ୍ରାଞ୍ଚ ଡିସିପି ଶିବରାଜ ପାଟିଲ କହିଛନ୍ତି ଯେ, ଅଭିଯୁକ୍ତ ଆସାମର ହୋଜାଇ ବିମାନବନ୍ଦରରୁ ଫ୍ଲାଇଟ ଧରି ଥାନେ ଆସୁଥିଲା। ଏଠାରେ ଭଡା ଘର ନେଇ ରହିବା ସହ ଚୋରି କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଥିଲା। ଏହାପରେ ସେଠାରୁ ଚୋରି କରି ପୁଣି ଗାଁକୁ ପଳାଇ ଆସୁଥିଲା। ସେ ନିଜ ଫୋନ୍ ମଧ୍ୟ ସୁଇଚଅଫ୍ କରିଦେଉଥିଲା।

କ୍ରାଇମବ୍ରାଞ୍ଚ ଏହି ଖବର ପାଇବା ପରେ ଅଭିଯୁକ୍ତର ଗାଁକୁ ଯାଇ ତାକୁ ଗିରଫ କରିଛି। ତା ନିକଟରୁ ପ୍ରାୟ ୬୨ଲକ୍ଷର ସୁନା ଅଳଙ୍କାର ଜବତ କରାଯାଇଛି। ଏକାଧିକ ଚୋରି ମାମଲାର ସିସିଟିଭି ଫୁଟେଜକୁ ସ୍କାନ କରିବା ପରେ ସେ ମୁଣ୍ଡରେ ନକଲି ଚୁଟି ଲଗାଇଥିବା ଜଣାପଡିଥିଲା। ଅଭିଯୁକ୍ତ ଚୋରି ଅଳଙ୍କାର ବିକ୍ରି କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ତେବେ ଅଭିଯୁକ୍ତକୁ ଗିରଫ କରିବା ସହ ୫ଦିନିଆ ହେପାଜତକୁ ନେଇଛି ପୋଲିସ।

Advertisment
Crime Branch Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ