Advertisment

ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ତେବେ ମାମଲାରେ କେବଳ ନୟାପଲ୍ଲୀ ଥାନାରୁ ଆସିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଓକିଲ ସଂଘ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

ଅଦ୍ୟତନ ହୋଇଛି
ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

Balasore

Advertisment

ବାଲେଶ୍ୱର: ଥାନାରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଜଣେ ଓକିଲଙ୍କୁ ପୋଲିସ ଅଫିସର ଜଣକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୦ ଦିନରୁ ଅଧିକ ସମୟ ହେଲାଣି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଘଟଣାକୁ ନେଇ ଦୀର୍ଘ ୧୧ ଦିନ ହେବ ସୋର କୋର୍ଟ ଆଗରେ ଆନ୍ଦୋଳନ ଚଳାଇଛି। ସୋର ଓକିଲ ସଂଘ ଥାନା ଭିତରେ ଆଇନଜୀବୀଙ୍କୁ ମାଡ଼ ନେଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାରେ ସମ୍ପୃକ୍ତ ସୋର ଥାନାଧିକାରୀ ଏବଂ ଭୁବନେଶ୍ୱର ନୟାପଲୀରୁ ଆସିଥିବା ଅଧିକାରୀଙ୍କୁ ବହିଷ୍କାର ଦାବି କରିଛନ୍ତି।

Advertisment

ତେବେ ମାମଲାରେ କେବଳ ନୟାପଲ୍ଲୀ ଥାନାରୁ ଆସିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଓକିଲ ସଂଘ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେଉଁ ପରିସ୍ଥିତିରେ ଜଣେ ଆଇନୀଜୀବୀଙ୍କୁ ଥାନା ମଧ୍ୟରେ ଏପରି ମାଡ଼ ମରାହେଲା ତାହାର ଅନୁସନ୍ଧାନ ହୋଇ ରିପୋର୍ଟ ଦେବା ପାଇଁ କୁହାଯାଇଛି।

Advertisment
Odisha Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ