Advertisment

ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକ୍‌ଙ୍କୁ କରାଗଲା କି ହତ୍ୟା ?

ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା । ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ କରାଯାଇନି ତ ଟାର୍ଗେଟ ?

Baba siddique

Baba siddique

Advertisment

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ପାଇଁ ବାବା ସିଦ୍ଧିକିଙ୍କୁ କରାଗଲା ହତ୍ୟା ! ଏକଥା ଶୁଣି ଆପଣଙ୍କୁ ଅଜବ ଲାଗୁ ଥାଇପାରେ । କିନ୍ତୁ ଏନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ସମସ୍ତଙ୍କର ଗୋଟିଏ ପ୍ରଶ୍ନ, ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଗଲା କି? 

Advertisment

ମୁମ୍ବାଇରେ ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଛି। ସଲମାନ ଖାନ୍‌ଙ୍କ ସବୁଠୁ ନିକଟତର ଥିଲେ ବବା ସିଦ୍ଦିକି । କେବଳ ସେତିକି ନୁହେଁ ସଲମାନଙ୍କ ପାରିବାରିକ ବନ୍ଧୁ ଭାବେ ବି ଜଣାଶୁଣା ଥିଲେ । ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂରରେ ସବୁଠୁ ବଡ଼ ଭୂମିକା ବାବା ସିଦ୍ଦିକିଙ୍କ ଥିଲା ।

ଯଦି ଦେଖିବା, ତେବେ ଏବର୍ଷ ଜୁଲାଇ ମାସରେ ସଲମାନ୍‌ଙ୍କ ଘର ଉପରେ ଗୁଳି ମାଡ଼ ହୋଇଥିଲା। ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା। ତେଣୁ ଏବେ ସନ୍ଦେହ କରାଯାଉଛି କି ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ ଏଥିପାଇଁ ହତ୍ୟା କରାଯାଇନି ତ ? ମୁମ୍ବାଇ ପୋଲିସ ଏବେ ଏ ଦିଗରେ ତଦନ୍ତ କରୁଛି । ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ନିଜର ସୁଟିଂ କ୍ୟାନସଲ କରି ହସ୍ପିଟାଲରେ ପହଞ୍ଚିଥିଲେ ବଲିଉଡର ଭାଇଜାନ୍ ସଲମାନ ଖାନ୍ ।

Advertisment

ତେବେ ବାବା ସିଦ୍ଦିକଙ୍କ ହତ୍ୟାକୁ ନେଇ ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳିଯାଇଛି । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩ ରାଉଣ୍ଡ ଗୁଳି । ଗୁଳିମାଡ଼ ପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ବାବା ଜିଆଉଦ୍ଦିନ ସିଦ୍ଦିକ୍‌ ଓରଫ୍ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକ୍‌ଙ୍କ ଅଫିସକୁ ଯାଇଥିଲେ। ସେତେବେଳେ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।

ଏହି ଗୁଳିକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ, ଅନ୍ୟ ଜଣେ ଫେରାର୍ ମାରିଥିବା ଜଣାପଡ଼ିଛି। ତେବେ କାହିଁକି ତାଙ୍କୁ ହତ୍ୟା କଲା, ତାହା ସ୍ପଷ୍ଟ ହୋଇପାରିନି । ଏହା ପଛରେ କାହାର ହାତ ରହିଛି ତାକୁ ନେଇ ତଦନ୍ତ ଚାଲିଛି । ଦୀର୍ଘ ୪୮ ବର୍ଷ ଧରି କଂଗ୍ରେସରେ ଥିଲେ ବାବା ସିଦ୍ଦିକ୍‌। ଫେବୃଆରୀରେ ଇସ୍ତଫା ଦେଇ NCP ଅଜିତ ପାୱାର ଗୋଷ୍ଠୀରେ ମିଶିଥିଲେ। ସେ ବାନ୍ଦ୍ରା ୱେଷ୍ଟରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Advertisment

୧୯୯୯, ୨୦୦୪ ଓ ୨୦୦୯ରେ ଜିତିବା ପରେ ୨୦୧୪ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା । ୨୦୦୪ ରୁ ୨୦୦୮ ଯାଏଁ ସେ ମହାରାଷ୍ଟ୍ର ଶ୍ରମ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ। ତାଙ୍କ କର୍ମଭୂମି ବାନ୍ଦ୍ରାରେ ବହୁ ଫିଲ୍ମ ତାରକା ରହୁଥିବାରୁ ସେମାନଙ୍କ ସହ ବାବା ସିଦ୍ଦିକଙ୍କର ଖୁବ୍ ଘନିଷ୍ଠତା ଥିଲା । ତେବେ ଚଳିତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ତାରିଖ ଘୋଷଣା ପୂର୍ବରୁ NCP ଅଜିତ ପାୱାର ଗୋଷ୍ଠୀ ନେତାଙ୍କୁ ହତ୍ୟା ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ