ଅଯୋଧ୍ୟାରେ ଚୋରି; ଲୁଟି ନେଲେ ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ୫୦ ଲକ୍ଷର ଲାଇଟ୍... 

ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।

Massive Theft In Ayodhya

ଚୋରି ହୋଇଗଲା ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି । ପୋଲିସର ସୂଚନା ଅନୁଯାୟୀ ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ ।

ଅଧିକ ପଢ଼ନ୍ତୁ: ‘୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ’

ଏହି ପ୍ରୋଜେକ୍ଟର ଲାଇଟ ଅଯୋଧ୍ୟାର ଭକ୍ତିପଥ ଓ ରାମ ପଥର ଶୋଭା ବଢ଼ାଉ ଥିଲା । ହାଇ ସିକ୍ୟୁରିଟି ଏରିଆରେ ଥିବା ଏହି ଆଲୋକ ଚୋରି ହେଇଯିବାକୁ ନେଇ ଚିନ୍ତା ବଢ଼ିଛି। ଏନେଇ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ରାମପଥରେ ୬ ହଜାର ୪ଶହ ଲାଇଟ ଓ ୯୬ ପ୍ରୋଜେକ୍ଟର ଲାଇଟ୍ ଲଗାଯାଇଥିଲା । ତେବେ ଏହାର ନିରୀକ୍ଷଣ ବେଳେ ୩ ହଜାର ୮ଶହ ବୋମ୍ବୋ ଲାଇଟ ଓ ୩୬ ପ୍ରୋଜେକ୍ଟର ଲାଇଟ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । 

ତେବେ କିଏ ଲାଇଟ ଚୋରିକରିନେଲା ପୋଲିସ ଏହାର ତଦନ୍ତ କରୁଛି । ଗତ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହି ସମୟରେ ଅଯୋଧ୍ୟାକୁ ସଜାଇବା ପାଇଁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଥିଲା ।