Advertisment

ରାଇଙ୍କ ଅବସାଦ ପଛର କାରଣ କଣ?

ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ।

Raimohan Parida Passes Away

Raimohan Parida Passes Away

Advertisment

ମାନସିକ ଚାପରେ ଥିଲେ ରାଇମୋହନ, ହେଲେ କାହିଁକି? ରାଇଙ୍କ ଅବସାଦ ପଛର କାରଣ କଣ? କିଛି ପାରିବାରିକ ସମସ୍ୟା ଥିଲା କି ? କିଛି ଆର୍ଥିକ ସମସ୍ୟା ଥିଲା କି ? ନା ଥିଲା କୌଣସି ସ୍ବାସ୍ଥ୍ୟଗତ ସମସ୍ୟା? ସାଧାରଣ ଲୋକଙ୍କ ମନରେ ଏବେ ବି ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହି ଡିପ୍ରେସନ ହିଁ ସାଜିଲା କି ଆତ୍ମହତ୍ୟାର କାରଣ? ମାନସିକ ଦୁଶ୍ଚିନ୍ତାରୁ ଚରମ ପଦକ୍ଷେପ ନେଲେ କି ରାଇମୋହନ? ୪ ଦିନ ପରେ ବି ସସପେନ୍ସ ଭିତରେ ରହିଛି ଓଲିଉଡ୍‌ର ବରିଷ୍ଠ ଅଭିନେତାଙ୍କ ମୃତ୍ୟୁର କାରଣ। ଆଜି ଡିସିପି କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ।

Advertisment

ସେପଟେ ରାଇଙ୍କ ଫୋନକୁ ଜବତ କରି କଲ ଡିଟେଲ୍ ରେକର୍ଡ ଯାଞ୍ଚ କରୁଛି ପୋଲିସ। ଏଥିରୁ କିଛି ସୁରାଗ ମିଳିପାରେ ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ୍। ପରିବାର, ପଡ଼ୋଶୀ, ଡ୍ରାଇଭର ଏବଂ ପରିଚିତ ଲୋକଙ୍କୁ ମଧ୍ୟ ତଦନ୍ତକାରୀ ଅଫିସରମାନେ ପଚରାଉଚରା ଜାରି ରଖିଛନ୍ତି। ତେବେ ପୂର୍ବରୁ ଥରେ ବ୍ୟକ୍ତିଗତ କାମରେ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିବା ଡିସିପି କହିଛନ୍ତି।

ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ। ହସଖୁସିଆ ମିଜାଜର ଲୋକ। ଘଟଣାର ୧୦ ଦିନ ପୂର୍ବରୁ ରାଇଙ୍କ ସହ ତାଙ୍କ ଦେଖା ହୋଇଥିଲା, ସେତେବେଳେ ତାଙ୍କ ଭଲମନ୍ଦ କଥା ପଚାରିଥିଲେ। ଦିନେ ତାଙ୍କୁ ରାଇମୋହନ କହିଥିଲେ ମୃତ୍ୟୁ ପରେ ତୁ ଅନେକଙ୍କ ନେତ୍ରଦାନ କରାଉଛୁ ମୋର ବି ଦିନେ କରିବୁ। ସେଦିନ ସୁମିତ୍ରା କହିଥିଲେ ଏଭଳି ଦିନ କେବେ ବି ନ ଆସୁ ଭାଇ। ଭାଗ୍ୟର ବିଡମ୍ବନା ଯେ ଅନିଛା ସତ୍ୱେ ମୃତ୍ୟୁ ପରେ ରାଇଙ୍କ ଏହି ଶେଷ ଇଛା ତାଙ୍କୁ ପୁରଣ କରିବାକୁ ପଡିଲା ବୋଲି ଭାବବିହ୍ବଳ ହୋଇ କହିଛନ୍ତି ସୁମିତ୍ରା।

Advertisment

ରିପୋର୍ଟ: ଅତୁଲ୍ୟ ବାଉତ ଓ ଆଲୋକ ମହାନ୍ତି

Raimohan Parida Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ