Advertisment

Crime Story: ଜ୍ୟୋତିଷ କହିଲେ, ପ୍ରଥମ ସ୍ୱାମୀ ମରିବ...ଏଇ କଥା ଭାବି ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା

ଗ୍ରିଷ୍ମା ଘରୁ ଫେରିବାର ୧୧ ଦିନ ପରେ ୨୩ ବର୍ଷୀୟ ଶେରୋନଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ସ୍ବାସ୍ଥ୍ୟରେ ଅବନତି କ୍ରମାଗତ ବଢ଼ିବାରେ ଲାଗିଥିଲା। ଶେରୋନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସେହି ବର୍ଷ ଅକ୍ଟୋବର ୨୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଶରୀରର ଅନେକ ଅଙ୍ଗ ଅଚଳ ହୋଇଯାଇଥିଲା। ଡାକ୍ତରଖାନାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
ଜ୍ୟୋତିଷ କଥା ଶୁଣି ଏମିତି କଲା ପ୍ରେମିକା

ଜ୍ୟୋତିଷ କଥା ଶୁଣି ଏମିତି କଲା ପ୍ରେମିକା

Advertisment

ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ହୋଇଯିବ। ସୁଖର ସଂସାର ଉଜୁଡ଼ିଯିବ। ଏହି ଭୟରେ ପ୍ରେମିକା ନିଜର ପ୍ରଥମ ପ୍ରେମିକଙ୍କ ଜୀବନ ନେବା ପରେ ଦ୍ବିତୀୟ ବିବାହ ପାଇଁ ଆଗକୁ ପାଦ ବଢ଼ାଇଥିଲା। ୨୦୨୨ରେ କେରଳର ତିରୁବନନ୍ତପୁରମର ଘଟିଥିବା ଏଭଳି ହୃଦୟବିଦାରକ ଘଟଣାରେ ୨୪ ବର୍ଷୀୟା ଅଭିଯୁକ୍ତ ପ୍ରେମିକାଙ୍କୁ ନିକଟରେ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଦଣ୍ଡ ଶୁଣାଣି ବେଳେ ଏହା ଦେଶର ଏକ ବିରଳ ଘଟଣା ବୋଲି ମଧ୍ୟ ମନ୍ତବ୍ୟ ରଖିଛନ୍ତି।

Advertisment

କଲେଜ ସମୟରେ ଗଢ଼ିଉଠିଥିଲା ସମ୍ପର୍କ, କିନ୍ତୁ…

୨୦୨୧ ପରଠାରୁ ଗ୍ରିଷ୍ମା ଏବଂ ଶେରୋନ ରାଜଙ୍କ ସମ୍ପର୍କ ଗଢ଼ି ଉଠିଥିଲା| ଗ୍ରିଷ୍ମା  ସେତେବେଳେ ଇଂରାଜୀରେ ସ୍ନାତକୋତ୍ତର ଛାତ୍ରୀ ଥିଲେ। ଶେରୋନ୍ ବିଏସସି ରେଡିଓଲୋଜିର ଶେଷ ବର୍ଷରେ ପଢ଼ୁଥିଲେ। ଶେରୋନ କନ୍ୟାକୁମାରୀର ଏକ ଘରୋଇ କଲେଜରେ ପଢ଼ୁଥିବା ବେଳେ ଗ୍ରୀଷ୍ମାଙ୍କୁ ଭେଟିଥିଲେ। କିନ୍ତୁ ୨୦୨୨ ମସିହାରେ ଗ୍ରିଷ୍ମାଙ୍କ ପରିବାର ଜଣେ ସେନା ଅଧିକାରୀଙ୍କ ସହ ତାଙ୍କ ବିବାହ ସ୍ଥିର କରିଥିଲେ। ବିବାହ କରିବାକୁ ଗ୍ରିଷ୍ମା ପ୍ରସ୍ତୁତ ହେଉଥିବା ବେଳେ ଶେରୋନଙ୍କ ସହିତ ବି ସମ୍ପର୍କ ରଖିଥିଲେ। ବିବାହ ତାରିଖ ପାଖେଇ ଆସୁଥିବା ବେଳେ ଗ୍ରିଷ୍ମାଙ୍କୁ ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ରାତିରେ ଶୁଆଇ ଦେଉନଥିଲା। ଜ୍ୟୋତିଷ କହିଥିଲେ ଯେ ଗ୍ରିଷ୍ମା ଯାହାକୁ ପ୍ରଥମ ବିବାହ କରିବେ, ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଯିବ।

ବିଷ ଦେଇ ମାରିବା ଥିଲା ମାଷ୍ଟରପ୍ଲାନ୍

ଜ୍ୟୋତିଷଙ୍କ ଭବିଷ୍ୟବାଣୀରେ ଚିନ୍ତିତ ଗ୍ରିଷ୍ମା ତାଙ୍କ ମା ଓ ମାମୁଙ୍କ ସହଯୋଗରେ ଶେରୋନଙ୍କୁ ହତ୍ୟା କରିବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲା। ଗ୍ରିଷ୍ମା ଅନେକ ଥର ଶେରୋନଙ୍କୁ ବିଷ ଦେବାକୁ ଚେଷ୍ଟା କରିଥିଲା। ସେ ଅନଲାଇନରେ ଏହି ବିଷ ସମ୍ପର୍କରେ ଅନୁସନ୍ଧାନ କରୁଥିଲା। ଥରେ ସେ ଶେରୋନଙ୍କୁ ଫଳ ରସରେ ବିଷ ମିଶାଇ ପିଇବାକୁ ଦେଇଥିଲା। କିନ୍ତୁ ଶେରୋନ ବଞ୍ଚିଯାଇଥିଲେ। ବିବାହର ଏକ ମାସ ପୂର୍ବରୁ, ୨୦୨୨ ଅକ୍ଟୋବର ୧୪ରେ ଗ୍ରିଷ୍ମା ତାଙ୍କ ଘର କନ୍ୟାକୁମାରୀର ମବର୍ମନଚିରାଇକୁ ଶେରୋନଙ୍କୁ ଡାକିଲେ। ସେଠାରେ ଶେରୋନ ପହଞ୍ଚିବା ପରେ ତାଙ୍କୁ ଏକ ଆୟୁର୍ବେଦ ଟନିକରେ ବିଷ ମିଶାଇ ପିଇବାକୁ ଦେଇଥିଲା।

Advertisment

ସବୁ ଅଙ୍ଗ ଅଚଳ ହେଇଗଲା

ଗ୍ରିଷ୍ମା ଘରୁ ଫେରିବାର ୧୧ ଦିନ ପରେ ୨୩ ବର୍ଷୀୟ ଶେରୋନଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ସ୍ବାସ୍ଥ୍ୟରେ ଅବନତି କ୍ରମାଗତ ବଢ଼ିବାରେ ଲାଗିଥିଲା। ଶେରୋନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସେହି ବର୍ଷ ଅକ୍ଟୋବର ୨୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଶରୀରର ଅନେକ ଅଙ୍ଗ ଅଚଳ ହୋଇଯାଇଥିଲା। ଡାକ୍ତରଖାନାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ମରିବା ପୂର୍ବର ସେ ହୃଦୟବିଦାରକ କଥା…

ମରିବା ପୂର୍ବରୁ ଶେରୋନ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ଗ୍ରିଷ୍ମା ତାଙ୍କୁ ପ୍ରତାରଣା ଦେଇଛନ୍ତି। ତାଙ୍କୁ ବିଷ ପିଆଇ ଏଭଳି କରିଛନ୍ତି। ପରବର୍ତ୍ତି ସମୟରେ ଶେରୋନଙ୍କ ପରିବାରର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ଗ୍ରିଷ୍ମାଙ୍କୁ ଗିରଫ କରିଥିଲା। ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଡରରେ ଗ୍ରିଷ୍ମା ଏଭଳି ହତ୍ୟାକାଣ୍ଡ କରିଥିବା ପୁଲିସ ତଦନ୍ତ ସମୟରେ ପ୍ରମାଣ ପାଇଛି।

Advertisment

ଧୋକାବାଜଙ୍କୁ ମୃତ୍ୟୁ ଦଣ୍ଡ

ହତ୍ୟା, ବିଷାକ୍ତ ପଦାର୍ଥ ପିଆଇବା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ଗ୍ରିଷ୍ମାଙ୍କୁ ଅଦାଲତ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଅନ୍ୟପଟେ ଅଦାଲତ ଗ୍ରିଷ୍ମାଙ୍କ ମା ସିନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବାବେଳେ ମାମୁ ନିର୍ମଳ କୁମାରନ ନାୟାରଙ୍କୁ ଏହି ଅପରାଧରେ ସହାୟତା କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ଦଣ୍ଡାଦେଶ ଶୁଣାଯାଇଛି। ହତ୍ୟା, ଅପହରଣ ଏବଂ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ମିଥ୍ୟା ପ୍ରମାଣ ଦେବା ଭଳି ଗୁରୁତର ଅଭିଯୋଗରେ ଏହି ମାମଲା ପଞ୍ଜିକୃତ ହୋଇଥିଲା।

Murder Astrological Prediction Astrology Poisoning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ