Advertisment

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ।

Asistant Block Officer

Asistant Block Officer

Advertisment

ଲାଞ୍ଚ ନେଇ ଧରାପଡ଼ିଲେ କୃଷି ଅଧିକାରୀ । ଭିଜିଲାନ୍ସ ଜାଲରେ କୃଷି ବିଭାଗର ଆସିଷ୍ଟାଣ୍ଟ ବ୍ଲକ ଅଫିସର । ବରଗଡ଼ ପାଇକମାଲ ବ୍ଲକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସାର ଡିଲରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ପାଇକମାଳ ବସଷ୍ଟାଣ୍ଡରୁ ଧରିଛି ।

Advertisment

ସାର ଦୋକାନ ଚଳାଇବା ଲାଗି ଅନୁମତି ଦେବାକୁ ସେ ଦେଢ଼ ଲକ୍ଷ ଟଙ୍କା ନେଉଥିଲେ । ଏହି ସମୟରେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଧରିଛନ୍ତି । ଏମିତିକି ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ଶୈଳଶ୍ରୀବିହାର ସ୍ଥିତ ଘର, କଟକ ତିଗିରିଆ ପୈତୃକ ଘରେ ମଧ୍ୟ ରେଡ୍ କରିଛି ।

ପାଇକମାଳରେ ଜଣେ ଦୋକାନୀ ଉଚ୍ଚା ଦରରେ ସାର ବିକ୍ରି କରୁଥିଲେ । କୃଷି ବିଭାଗର ଅଧିକାରୀମାନେ ଖବର ପାଇ ତାଙ୍କ ଦୋକାନରେ ଚଢ଼ାଉ କରିଥିଲେ। ଏହାସହ ଦୋକାନର ଲାଇଲେନ୍ସକୁ ସିଜ୍‌ କରିଥିଲେ । ସାର ଦୋକାନୀ ଜଣଙ୍କ ଲାଇସେନ୍ସ ରିନ୍ୟୁ କରିବା ପାଇଁ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ । ତେବେ ପ୍ରଣୟ କୁମାର ମନ୍ତ୍ରୀ ସେଠାରେ ଦୋକାନୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

Advertisment

ଅଭିଯୋଗ ଅନୁଯାୟୀ, ସେ ସାର ଦୋକାନୀଙ୍କୁ କହିଥିଲେ ଯେ ତାଙ୍କର ଲାଇସେନ୍ସ ରିନ୍ୟୁ ହୋଇପାରିବ ନାହିଁ । ଏଥିପାଇଁ ସମୟ ଲାଗିବ। ଏହା ସହିତ ସେ ସାର ଦୋକାନରଙ୍କୁ ବିନା ଲାଇଲେନ୍ସରେ ଦୋକାନ ଖୋଲିବାକୁ କହିବା ସହ ପରେ ଲାଇସେନ୍ସ ରିନ୍ୟୁ କରାଇ ଦେବେ ବୋଲି ପ୍ରଣୟ କହିଥିଲେ ଓ ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

Vigillance Raid Asistant Block Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ