ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣା: ୭ ରୋଡ୍ ରୋମିଓଙ୍କୁ ମିଳିଲା ଜାମିନ୍

ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍ । ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ ୭ ଜଣ ।

Road Romeo

ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ସମସ୍ତ ୭ ରୋଡ୍ ରୋମିଓଙ୍କୁ ମିଳିଲା ଜାମିନ୍ । ଭୁବନେଶ୍ବର JMFC କୋର୍ଟରୁ ଜାମିନ୍ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍ । ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ ୭ ଜଣ । ଗାଡ଼ି ଅଟକାଇ ଗାଳି ଗୁଲଜ ସହ ଯୁବତୀଙ୍କୁ ପିଟିଥିବା ଅଭିଯୋଗ ଥିଲା। ଏହାପରେ ସେମାନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ସୂଚନା ଅନୁସାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଆଜି ୭ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ଚନ୍ଦକା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏଡିସିପି କୃଷ୍ଣପ୍ରସାଦ ଦାସ ପ୍ରେସମିଟ୍‌ କରି ସୂଚନା ଦେଇଥିଲେ । ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ଟି ମୋବାଇଲ, ଗୋଟିଏ ଗାଡ଼ି ଜବତ କରିଥିଲା ପୋଲିସ । ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଏମାନେ ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଗଣ୍ଡଗୋଳ କରିଥିଲେ ।