Advertisment

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ । ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ ।

ଅଦ୍ୟତନ ହୋଇଛି
Assault against Army Major: Odisha Police DGP YB Khurania Orders Case Against Road Romeos

Assault against Army Major

Advertisment

ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି । 

Advertisment

ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

ଅଧିକ ପଢ଼ନ୍ତୁ: ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ୫ ପୋଲିସ ନିଲମ୍ବିତ

Advertisment

ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ଅନ୍ୟ ପୋଲିସ ଷ୍ଟାଫ ମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି । 

ଅନ୍ୟପଟେ ଭୁବନେଶ୍ବର ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ ନେଇ ଭରତପୁର ଥାନାକୁ ଯିବା ପରେ ପାଟ୍ରୋଲିଂ ପାଇଁ ତେଲ ନଥିବା କହିଥିଲେ ଥାନାଧିକାରୀ ଦୀନକୃଷ୍ଣ। ଏପରିକି ୧ ହଜାର ଟଙ୍କାର ତେଲ ପକାଇବା ପରେ ପୋଲିସ ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି ଏତଲାକାରୀ । 

Advertisment

ସୂଚନା ଅନୁଯାୟୀ, ମଞ୍ଚେଶ୍ବର କାଡକଣ ଅଞ୍ଚଳର ଧୀରେନ୍ଦ୍ର କୁମାର ବସ୍ତିଆ ଭରତପୁର ଥାନା ଅଞ୍ଚଳରେ ଏକ ମେଡିକାଲ ସାମ୍ନାରେ ତାଙ୍କ ବାଇକ ରଖିଥିଲେ । ହେଲେ ସେଠାରୁ ତାଙ୍କ ବାଇକ ଚୋରି ହୋଇଯାଇଥିଲା । ସିସିଟିଭି, ଭିଜୁଆଲ ସବୁକିଛି ପ୍ରମାଣ ଦେବା ପରେ ମଧ୍ୟ ଠିକ ସମୟରେ ଏତଲା ରୁଜୁ କରିନଥିଲା ପୋଲିସ । ଓଲଟା ଚୋର ନେଇ ଗାଡି ନେଇ ବୋଟରେ ଇଞ୍ଜିନ ବ୍ୟବହାର କରିସାରିଥିବା ହାଲୁକା ଭାବେ କହି ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଥିଲେ ସେତେବେଳର ଥାନାଧିକାରୀ ଦୀନକୃଷ୍ଣ। ତେବେ ଏନେଇ ଦୀନକୃଷ୍ଣଙ୍କ ପ୍ରତିକ୍ରିୟା ମିଳିପାରିନି।  

Odisha Police Army Major
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ