Advertisment

ପୋଲିସ୍‌ ହୋଇ ପୋଲିସ୍‌କୁ ଚକ୍‌ମା ଦେଉଥିଲେ, ଲୁଚିଛପି ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରୁଥିଲେ ASI

ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ASI Arrested On Charges Of Illegal Trade Of Ganja

ASI Arrested On Charges Of Illegal Trade Of Ganja

Advertisment

ପୁଣି ଖାକିରେ ଲାଗିଲା ଦାଗ। ଗଞ୍ଜେଇ ଚୋରା ଚାଲାଣ ନେଇ ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ASI ଜୟଦାଶ ଖରାଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏଏସ୍‌ଆଇଙ୍କ ସମେତ ଅନ୍ୟ ୩ ଯୁବକଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି।

Advertisment

ଅଭିଯୁକ୍ତଙ୍କ ଠାରୁ ୪୨୦ କିଲୋ ଗଞ୍ଜେଇ ସହ ୧୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍‌, ଗୋଟିଏ କାର୍, ଦୁଇଟି ବାଇକ୍ ଏବଂ ମୋବାଇଲ୍ ଜବତ ହୋଇଛି। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ନେଇ ସୂଚନା ପାଇବା ପରେ ମାଲକାନଗିରି ପୋଲିସ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଚଢ଼ାଉ କରିଥିଲା।

ଜଣେ ପୋଲିସ୍‌ ଅଧିକାରୀ କିଛି ଗଞ୍ଜେଇ ମାଫିଆଙ୍କ ସହ ମିଶି ଗଞ୍ଜେଇ ବେପାରରେ ମାତିଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା। ଏହାପରେ ତୁରନ୍ତ ଏକ ସ୍କ୍ୱାଡ୍ ଗଠନ କରାଯାଇ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। 

Advertisment

ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲ୍ଲୀ ଆଉଟପୋଷ୍ଟର ଏଏସ୍‌ଆଇ ଜୟଦାଶ ଖରା ନିଜେ ମାଲକାନଗିରି ଆସି ଗଞ୍ଜେଇ ଚାଲାଣ କରିବା ନେଇ ଗାଡି ଖୋଜୁଥିଲେ।ତାଙ୍କର ୩ ସହଯୋଗୀ ମାଲକାନଗିରି ଗୋଟିଏ ସ୍ଥାନରେ ଗଞ୍ଜେଇ ଲୁଚାଇ ରଖିଥିଲେ ଓ ସେଠାରୁ ସେମାନେ ଗଞ୍ଜେଇକୁ ଛତିଶଗଡ଼ ରାସ୍ତାରେ ପାର୍‌ କରିବାକୁ ଚାହୁଁଥିଲେ। ଖବର ପାଇ ପୋଲିସ୍‌ ଏମାନଙ୍କୁ ଧରିବା ପାଇଁ ଏକ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। 

Ganja Seized Illegal Ganja Trade
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ