Advertisment

ସରକାରୀ ହସପିଟାଲରେ ନକଲି ନର୍ସ ! କିଏ ଦେଇଥିଲା ନିଯୁକ୍ତି ?

ରାଉରକେଲା ସରକାରୀ ହସପିଟାଲରେ ନକଲି ନର୍ସ ! ୨୦୨୦ ମସିହାରୁ କରି ଆସୁଥିଲେ ଡ୍ୟୁଟି। କିଏ ନିଯୁକ୍ତି ଦେଲା ଉଠିଲା ପ୍ରଶ୍ନ।

Duplicate Nurse

Duplicate Nurse

Advertisment

ନକଲି ନର୍ସ ନିଯୁକ୍ତି ନେଇ ବିବାଦରେ ରାଉରକେଲା ସରକାରୀ ହସପିଟାଲ। ଗତ ୩ ବର୍ଷ ହେଲା ଆରଜିଏଚରେ ନକଲି ନର୍ସ ଜଣଙ୍କ କାମ କରୁଥିବା ବେଳେ ଏବେ ପଦାକୁ ଆସିଛି ଖବର। ନକଲି ନର୍ସଙ୍କୁ କିଏ ନିଯୁକ୍ତି ଦେଲେ ସେନେଇ ପ୍ରଶ୍ନ ଉଠିଥିବା ବେଳେ, ମେଡିକାଲ କର୍ତ୍ତୃପକ୍ଷଙ୍କ ଭୂମିକା ନେଇବି ସନ୍ଦେହ କରିଛନ୍ତି ଲୋକେ। ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତନାଘନା ଆରମ୍ଭ କରିଛି।

Advertisment

ରାଉରକେଲା ସରକାରୀ ହସପିଟାଲରେ ନକଲି ନର୍ସ ! ୨୦୨୦ ମସିହାରୁ କରି ଆସୁଥିଲେ ଡ୍ୟୁଟି। କିଏ ନିଯୁକ୍ତି ଦେଲା ଉଠିଲା ପ୍ରଶ୍ନ। ସନ୍ଦେହରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଭୂମିକା। ସ୍ମାର୍ଟ ସିଟି ରାଉରକେଲାର ସରକାରୀ ମେଡିକାଲରେ ଏବେ ନକଲି ନର୍ସ ଧରାପଡିବା ପରେ ଏବେ ପଦା ପଡିଛି ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି। ନକଲି ନର୍ସ ଜଣଙ୍କ ୨୦୨୦ରୁ କାର୍ଯ୍ୟ କରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି ବୋଲି ଉଠିଛି ପ୍ରଶ୍ନ। ସେ ଏକା ନା ଆହୁରି ନକଲି ନର୍ସ ଅଛନ୍ତି, ଖୋଳତାଡ଼ କରିବାକୁ ଦାବି ହୋଇଛି। ସେପଟେ ନକଲି ନର୍ସ ଅଭିଯୋଗ ପରେ ଏବେ ଥାନାରେ ପହଞ୍ଚିଛି ମାମଲା। ମେଡିକାଲ କର୍ତ୍ତୃପକ୍ଷ ରଘୁନାଥପାଲି ଥାନା ଲିଖିତ ଅଭିଯୋଗ କରିଛନ୍ତି।

ମାମଲାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ଓ କଂଗ୍ରେସ। ଆରଜିଏଚ୍ ଉପରେ ହଜାର ହଜାର ଲୋକ ଭରସା କରୁଥିବା ବେଳେ, ନକଲି ନର୍ସ କାର୍ଯ୍ୟ କରିବା ରୋଗୀଙ୍କ ଜୀବନ ସହ ଖେଳ ବୋଲି ଅଭିଯୋଗ ହୋଇଛି। ପ୍ରସଙ୍ଗରେ ଆଗାମୀ ଦିନର ରାସ୍ତାକୁ ଓହ୍ଲାଇବ ବୋଲି କହିଛି କଂଗ୍ରେସ। ସେପଟେ ବିଜେପି କହିଛି, ଯେଉଁଠି ବିଧାୟକ ବିନା ଡିଗ୍ରୀରେ ଡାକ୍ତର ହେଉଛନ୍ତି, ସେଠାରେ ନକଲି ନର୍ସ କିଛି ବଡ଼ କଥା ନୁହେଁ। ଏନେଇ ବିଧାୟକ ସାରଦା ନାୟକଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

Nurses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ