Advertisment

ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌

ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି।

ଅଦ୍ୟତନ ହୋଇଛି
ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌

Miscreants Loot Cash From Petrol Pump Staff

Advertisment

ଆଠଗଡ଼: ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି। ଗତକାଲି କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଏହି ଲୁଟ୍‌ ହୋଇଛି। ଲୁଟ୍‌ ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପେଟ୍ରୋଲ ପମ୍ପର ଟେକ୍ନିକାଲ ସପୋର୍ଟ ଟିମ୍‌ ଓଟିଭିକୁ ଏହି ସିସିଟିଭି ଫୁଟେଜ୍‌ ପ୍ରଦାନ କରିଛନ୍ତି।

Advertisment

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ୩ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପେଟ୍ରୋଲ ପକାଇବା ଲାଗି କହୁଛନ୍ତି। ପେଟ୍ରୋଲ ପକାଇ ସାରିବା ପରେ ଗାଡ଼ି ଚଲାଉଥିବା ଯୁବକ ଜଣକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟଙ୍କା ଦେଇଥିଲେ। ଏହାପରେ ସଙ୍ଗେସଙ୍ଗେ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ ଓ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପ୍ରକୃତରେ କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ସ୍ଥାନୀୟ ପୋଲିସ୍‌ ଷ୍ଟେସନରେ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ତିଗିରିଆ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍‌ପାଟ୍‌ ଘଟଣା ବଢ଼ି ଚାଲିଥିବାବେଳେ ପୋଲିସ ନିଷ୍ଟ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନାଥାଉ କି, ଗତ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଏକ ପ୍ରେଟୋଲ ପମ୍ପରୁ ଏକ ଲୁଟ୍‌ ହୋଇଥିବଲା। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପେଟ୍ରୋଲ୍‌ ପମ୍ପ କର୍ମଚାରୀ ମାନବେନ୍ଦ୍ର ଦାସଙ୍କୁ ଫାୟାରିଂ କରି ତାଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଥିଲେ। ମାନବେନ୍ଦ୍ର ପେଟ୍ରୋଲ ପମ୍ପରେ କ୍ୟାଶିଅର୍‌ ଭାବେ କାର୍ଯ୍ୟ କରୁଥିଲେ। 

Advertisment
Odisha Petrol Pump Petrol Pump Staff Looted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ