ଗୁଳି ଫୁଟାଇ ଲୁଟିନେଲେ ୧ ଲକ୍ଷ ୬୦ ହଜାର ଟଙ୍କା

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ ।

କେନ୍ଦ୍ରାପଡାରେ ଗୁଳିକରି ଲୁଟ୍‌ପାଟ୍‌

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ । ଏହାସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଲୁଟ୍ କରିଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି ।

ଆହତ ବ୍ୟକ୍ତି ମାନେ କେନ୍ଦ୍ରାପଡା ତନ୍ତିଆପାଳ ଥାନା କାକଟପୁର ଗାଁର ସ୍ୱାଇଁ ଓ ତାଙ୍କ ପରିବାର ସଦସ୍ୟ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଲୁଟ ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ୨ ଡକାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୨ଟି ବାଇକ ଜବତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

(ମହାକାଳପଡ଼ା)

ସୂଚନା ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ମହାକାଳପଡ଼ା ତନ୍ତିଆପାଳ ଥାନା କାକଟପୁର ଗାଁରେ ସଶସ୍ତ୍ର ଡକାୟତମାନେ କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ଭାଙ୍ଗିବା ପରେ କାର୍ତ୍ତିକଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କୁ ଚାବି ଦେବାକୁ ବାଧ୍ୟ କରିଥିଲେ । ଚାବି ନ ଦେବାରୁ ଫାଙ୍କା ଗୁଳିଚାଳନା କରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।