Advertisment

ଥମୁନି ଶ୍ରୀଜଗନ୍ନାଥଙ୍କ ନାଁରେ ଠକେଇ: ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।

ଅଦ୍ୟତନ ହୋଇଛି
Fraud In Name Of Lord Jagannath

Another fake website

Advertisment

ଥମୁନି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅନଲାଇନ ଠକେଇ। ପୂର୍ବରୁ ଉତ୍ସବ ନାମକ ଏକ ମୋବାଇଲ୍ ଆପ୍ ପରେ ଏବେ ଶାଲିଗ୍ରାମ ଶାଳ ନାମକ ଆଉ ଏକ ଆପ୍ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଠକା ଯାଉଥିବା ଅଭିଯୋଗ ଆସିଛି। ଏହି ଆପ୍  ମାଧ୍ୟମରେ ଭକ୍ତଙ୍କୁ ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ଭଳି ସେବା ଯୋଗାଇବାକୁ କହି ମୋଟା ଅଙ୍କର ଟଙ୍କା ଲୁଟା ଯାଉଛି। ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଜଣେ ସେବାୟତ ଏତଲା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କହିଛି ଆଇଟି ସେଲ୍ ର ସାହାଯ୍ୟ ନେଇ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବୁ ଓ ଏଭଳି ଠକଙ୍କ ବିରୋଧରେ ଆକ୍ସନ ନେବୁ।

Advertisment

‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ଆପ୍ । ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟ୍କୁ। ଯେଉଁଥିରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଇ ସେଥିଲାଗି ସ୍ଥିର କରିଛି ଦର। ଯେମିତିକି ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେବାକୁ ଚାହିଁଲେ ପଡ଼ିବ ୬ ହଜାର ଟଙ୍କା ଅର୍ଥାତ୍ ୭୯ ଆମେରିକୀୟ ଡଲାର। ତା ପୁଣି ଫିଫଟି ପର୍ସେଣ୍ଟ ଡିସକାଉଣ୍ଟ ରେଟ୍ରେ।

ସେମିତି ଜଗନ୍ନାଥଙ୍କ ପୂଜା ମନ୍ତ୍ର ଜପ ଓ ଯଜ୍ଞ ପାଇଁ ୫୦ ପ୍ରତିଶତ ରିହାତିରେ ରେଟ୍ ରହିଛି ସାଢ଼େ ୪ ହଜାର ଟଙ୍କା ବା ୫୯ ଡଲାର। ଖାଲି ସେତିକି ନୁହେଁ ତିନି ବିଗ୍ରହଙ୍କପୂଜା ପାଇଁ ୧୧ ହଜାର ୫୦୦ ଟଙ୍କା, ତିନିଜଣ ପୂଜକଙ୍କ ଦ୍ବାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨ ହଜାରଟଙ୍କା ବା ୧୫୯ ଡଲାର ଲାଗିବ ବୋଲି ବି ରେଟ୍ ଫିକ୍ସ କରିଛି ସଂପୃକ୍ତ ସଂସ୍ଥା। ଯାହା ବିରୋଧରେ ସିଂହଦ୍ବାର ଥାନାର ଦ୍ବାରସ୍ଥ ହୋଇଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ। ସେ କହିଛନ୍ତି ଏହା ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ବିରାଟ ଖେଳ। ବିଶ୍ୱସ୍ତରରେ ଏଭଳି ଠକେଇ ମହାପ୍ରଭୁଙ୍କ ଛବିକୁ ନିନ୍ଦିତ କରିଛି। ଯିଏ ଏଭଳି ଖଳ କାମରେ ସଂପୃକ୍ତ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେପଟେ ଏଭଳି ଠକେଇକୁ ଭକ୍ତ ମହଲରେ ବି ଘୋର ନିନ୍ଦା କରାଯାଇଛି।

Advertisment

ଏପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି ଏଭଳି ଜାଲ୍ ଆପ୍ ମାଧ୍ୟମରେ ଭକ୍ତ ଦେଉଥିବା ଦାନରୁ ଟଙ୍କାଟିଏ ବି ମହାପ୍ରଭୁଙ୍କ ସେବାରେ ଲାଗେ ନାହିଁ। ଭକ୍ତମାନେ ଠାକୁରଙ୍କୁ ଦାନ ଦେବାକୁ ଚାହିଁଲେ ସେମାନେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇପାରିବେ। ଦରକାର ପଡ଼ିଲେ ନିଜ କୌଳିକ ପଣ୍ଡାଙ୍କର ମଧ୍ୟ ସହଯୋଗ ଲୋଡ଼ି ପାରିବେ। ତେବେ ଏଭଳି ଆପ୍ ଖୋଲିବାରେ ଯଦି ଶ୍ରୀମନ୍ଦିରର କୌଣସି ସେବକ କିମ୍ବା ପୁରୀ ବାସିନ୍ଦା ସଂପୃକ୍ତଥାନ୍ତି ସେମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏ ଅନଲାଇନ୍ ଠକେଇକୁ ଗୁରୁତ୍ବର ସହ ନେଇ ଆଇଟି ସେଲ୍ ର ସହାୟତା ନେଇ ସଂପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦେବ ବୋଲି କହିଛି। ଗତ ମାସରେ ‘ଉତ୍ସବ’ ଆପ୍ ମାଧ୍ୟମରେ ଏକ ସଂସ୍ଥା ମଧ୍ୟ ଶ୍ରୀମନ୍ଦିରରେ ପୂଜା, ମହାପ୍ରସାଦ ଯୋଗାଇବା ଓ ପତାକା ବାନ୍ଧିବା ଆଦି କାର୍ଯ୍ୟ ପାଇଁ ଭକ୍ତଙ୍କ ଠାରୁ ଅନ୍ ଲାଇନରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ଅସିଥିଲା। ଯାହା ବିରୋଧରେ ସିଂହଦ୍ବାର ଥାନାରେ ଏତଲା ପରେ ଆସନ୍ତା ୭ ତାରିଖରେ ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ପୋଲିସ୍ ନିକଟରେ ହାଜର ହେବାର ଦିନ ଧାର୍ଯ୍ୟ ହୋଇଛି।

Advertisment
Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ